Advertisment

Income: ଗୋଟିଏ ଚାକିରିରେ ପୁରୁନି ପେଟ: ୫୮% ଭାରତୀୟ ଚାହୁଛନ୍ତି ଡବଲ ରୋଜଗାର

Advertisment

ପ୍ରତିଯୋଗିତାପୂର୍ଣ୍ଣ ଜୀବନଶୈଳୀ ଓ ଅହେତୁକ ଦରବୃଦ୍ଧି ଜୀବନ ବଞ୍ଚିବାକୁ କଷ୍ଟକର ‌କରିଦେଇଛି । ଗୋଟିଏ ଚାକିରିରେ ମନର ସବୁ ଆକାଂକ୍ଷା ପୂରଣ ହେଉନାହିଁ । ସେଥିପାଇଁ ଦେଶର ଅଧାରୁ ଅଧିକ ରୋଜଗାରିଆ ଲୋକ ଦ୍ବିତୀୟ ଆୟ ଉତ୍ସ ଖୋଜୁଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି...

ପ୍ରତିଯୋଗିତାପୂର୍ଣ୍ଣ ଜୀବନଶୈଳୀ ଓ ଅହେତୁକ ଦରବୃଦ୍ଧି ଜୀବନ ବଞ୍ଚିବାକୁ କଷ୍ଟକର ‌କରିଦେଇଛି । ଗୋଟିଏ ଚାକିରିରେ ମନର ସବୁ ଆକାଂକ୍ଷା ପୂରଣ ହେଉନାହିଁ । ସେଥିପାଇଁ ଦେଶର ଅଧାରୁ ଅଧିକ ରୋଜଗାରିଆ ଲୋକ ଦ୍ବିତୀୟ ଆୟ ଉତ୍ସ ଖୋଜୁଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି...

New Project (7)

income Photograph: (sambad.in)

ନୂଆଦିଲ୍ଲୀ: ପ୍ରତିଯୋଗିତାପୂର୍ଣ୍ଣ ଜୀବନଶୈଳୀ ଓ ଅହେତୁକ ଦରବୃଦ୍ଧି ଜୀବନ ବଞ୍ଚିବାକୁ କଷ୍ଟକର ‌କରିଦେଇଛି । ଗୋଟିଏ ଚାକିରିରେ ମନର ସବୁ ଆକାଂକ୍ଷା ପୂରଣ ହେଉନାହିଁ । ସେଥିପାଇଁ ଦେଶର ଅଧାରୁ ଅଧିକ ରୋଜଗାରିଆ ଲୋକ ଦ୍ବିତୀୟ ଆୟ ଉତ୍ସ ଖୋଜୁଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ରାଣ୍ଡ୍‌ଷ୍ଟାଡ୍‌ର ୱାର୍କମନିଟର ୨୦୨୬ ରିପୋର୍ଟ କହୁଛି ଯେ ଭାରତୀୟ କର୍ମଚାରୀମାନେ ସବୁଠୁ ବିଶ୍ବସନୀୟ, ଉଚ୍ଚାକାଂକ୍ଷୀ ହୋଇଥିଲେ ମଧ୍ୟ ଜୀବନ ବଞ୍ଚିବା ଲାଗି ଅର୍ଥ ଯୋଗାଡ଼ କରିବାକୁ ସେମାନଙ୍କୁ ଡବଲ ରୋଜଗାର ପାଇଁ ପ୍ରୟାସ କରିବାକୁ ପଡ଼ୁଛି। 

ପ୍ରାୟ ୫୮ ପ୍ରତିଶତ ଲୋକ ଦ୍ବିତୀୟ ରୋଜଗାର ସନ୍ଧାନରେ ଅଛନ୍ତି। ଏହା ବିଶ୍ବ ହାର ୪୦ ପ୍ରତିଶତଠାରୁ ଯଥେଷ୍ଟ ଅଧିକ।ଏହି ସର୍ବେକ୍ଷଣରେ ଭାଗ ନେଇଥିବା ୭୯ ପ୍ରତିଶତ କର୍ମଚାରୀ ସେମାନଙ୍କ ନିଜ କମ୍ପାନି ଉପରେ ଓ ୮୯ ପ୍ରତିଶତ କମ୍ପାନିର ନେତୃତ୍ବ ଉପରେ ଦୃଢ଼ ବିଶ୍ବାସ ଥିବା କହିଛନ୍ତି। ୮୭ ପ୍ରତିଶତ କର୍ମଚାରୀଙ୍କୁ ତାଙ୍କ ସୁପରଭାଇଜର୍‌ ଭଲ ଭାବେ ଜାଣନ୍ତି। ଅଧିକାଂଶ କର୍ମଚାରୀ କହିଛନ୍ତି ଯେ ଭଲ ଦରମା ମିଳିଲେ ଚାକିରି ବଦଳାଇବାରେ ସେମାନଙ୍କ କୌଣସି ଅସୁବିଧା ନାହିଁ। ୫୭ ପ୍ରତିଶତ ଭାରତୀୟ କର୍ମଚାରୀ କହିଛନ୍ତି ଯେ ଉନ୍ନତ କର୍ମ-ଜୀବନ ସନ୍ତୁଳନ ଥିବାରୁ ସେମାନେ ନିଜ ହାତରେ ଥିବା ଚାକିରି ଛାଡ଼ିବାକୁ ଚାହୁନାହାନ୍ତି। ୬୭ ପ୍ରତିଶତ କର୍ମଚାରୀ ଏବେବି ସେହି ଗୋଟିଏ ଥରର କାମକୁ ବହୁଦିନ କରିବାକୁ ଚାହୁଛନ୍ତି। ୫୫ ପ୍ରତିଶତ କର୍ମଚାରୀ ବିଭିନ୍ନ ଭୂମିକାରେ କାମ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ନୂତନ ପ୍ରଯୁକ୍ତି ବ୍ୟବହାର କରିବାରେ ଭାରତୀୟ କର୍ମଚାରୀଙ୍କୁ କୌଣସି ଅସୁବିଧା ହେଉନାହିଁ। ନୂଆ ଟୁଲ୍‌ ବ୍ୟବହାର ନେଇ କୌଣସି ଅସୁବିଧା ନଥିବା ୮୭ ପ୍ରତିଶତ କର୍ମଚାରୀ କହିଛନ୍ତି। ୮୯ ପ୍ରତିଶତ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର ପରେ ସେମାନଙ୍କ ଉତ୍ପାଦକତା ବଢ଼ିଛି। କିନ୍ତୁ ୫୯ ପ୍ରତିଶତ କର୍ମଚାରୀ ଭାବୁଛନ୍ତି ଯେ ଏଆଇ ବ୍ୟବହାର ଦ୍ବାରା ସେମାନଙ୍କୁ ନୁହେଁ, ବରଂ କମ୍ପାନିକୁ ଲାଭ ମିଳୁଛି। ଅଧାରୁ ଅଧିକ ‌କର୍ମଚାରୀ କହିଛନ୍ତି ଯେ ବ୍ୟକ୍ତିଗତ ଜୀବନରେ ଅସୁବିଧା ସୃଷ୍ଟି ହେବାରୁ ସେମାନେ ନିଜ ଅତୀତ ଚାକିରି ଛାଡ଼ିଛନ୍ତି। ସ୍ବାଧୀନତାର ଅଭାବ କାରଣୁ ୪୩ ପ୍ରତିଶତ କର୍ମଚାରୀ ଚାକିରି ଛାଡ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe