ଓଡ଼ିଶାରେ ପଦୋନ୍ନତି କୋଟାରୁ ୫୯ ଆଇପିଏସ୍‌ ପଦ ଖାଲି, ମିଳୁନାହାନ୍ତି ଡିଏସ୍‌ପିସ୍ତରର ଯୋଗ୍ୟ ଅଧିକାରୀ

Advertisment
ଅଣପୁଲିସ ସେବାରେ ୮ ଆଇପିଏସ୍‌

IndiaMART

ନୂଆଦିଲ୍ଲୀ : ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦ୍ବାରା ସିଧାସଳଖ ନିଯୁକ୍ତ ଆଇପିଏସ୍‌ ଅଧିକାରୀଙ୍କ ସଂଖ୍ୟା ୧୫୦ ରୁ ୨୦୦କୁ ବୃଦ୍ଧି କରାଯାଇଛି। ୨୦୨୦ରୁ ଏହି ବ୍ୟବସ୍ଥା କାର୍ଯ୍ୟକରୁଛି। ଏହା ଫଳରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ କ୍ୟାଡର୍‌ ଆଇପିଏସ୍‌ ଆବଣ୍ଟନ ବୃଦ୍ଧି ହୋଇଛି। ଅନ୍ୟ ପକ୍ଷରେ ଡିଏସ୍‌ପି ସ୍ତରର ଯୋଗ୍ୟ ଅଧିକାରୀ ମିଳୁ ନଥିବାରୁ ଓଡ଼ିଶାରେ ପଦୋନ୍ନତି କୋଟାରୁ ୫୯ ଆଇପିଏସ୍‌ ପଦ ଖାଲିପଡ଼ିଛି। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe