ଭାରତୀୟ ଶିଶୁକୁ ଫେରାଇବା ପାଇଁ ଜର୍ମାନ ରାଷ୍ଟ୍ରଦୂତଙ୍କୁ ୫୯ ଏମ୍‌ପିଙ୍କ ଚିଠି

Advertisment
ଭାରତୀୟ ଶିଶୁକୁ ଫେରାଇବା ପାଇଁ ଜର୍ମାନ ରାଷ୍ଟ୍ରଦୂତଙ୍କୁ ୫୯ ଏମ୍‌ପିଙ୍କ ଚିଠି

Daily Pioneer

ନୂଆଦିଲ୍ଲୀ: ଜର୍ମାନୀରେ ଫଷ୍ଟର କେୟାର୍‌ରେ ରହିଥିବା ଏକ ଭାରତୀୟ ଶିଶୁକୁ ତା’ର ବାପାମାଆଙ୍କୁ ଯଥାଶୀଘ୍ର ଫେରାଇ ଦେବା ପାଇଁ ଅନୁରୋଧ କରି ନୂଆଦିଲ୍ଲୀସ୍ଥିତ ଜର୍ମାନୀ ରାଷ୍ଟ୍ରଦୂତ ଫିଲିପ ଆକରମ୍ୟାନଙ୍କୁ ବିଜେପି ଓ କଂଗ୍ରେସ ସମେତ ଭାରତର ୧୯ଟି ରାଜନୈତିକ ଦଳର ୫୯ ଜଣ ସାଂସଦ ଚିଠି ଲେଖିଥିବା ଜଣାପଡ଼ିଛି। ଭାରତୀୟ ଶିଶୁର ଜାତୀୟ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ବାଳିକାର ବାପାମାଆ ହେଉଛନ୍ତି ଗୁଜରାଟର ବାସିନ୍ଦା। ସେମାନେ ୨୦୧୮ରେ ଜର୍ମାନୀ ଯାଇଥିଲେ। ପିଲାର ବାପା ବର୍ଲିନରେ ଏକ କମ୍ପାନିରେ ଚାକିରି କରୁଥିଲେ। ଏକ ଦୁର୍ଘଟଣାରେ ତାଙ୍କ ଝିଅ ଆହତ ହେବା ପରେ ୨୦୨୧ ସେପ୍ଟେମ୍ବର ୨୩ରୁ ତାକୁ ଜର୍ମାନୀର ଚାଇଲ୍‌ଡ ୱେଲ୍‌ଫେୟାର କଷ୍ଟଡିରେ ରଖାଯାଇଛି। ସେତେବେଳେ ୭ ମାସର ହୋଇଥିବା ଆରିହା ଶାହ ନାମ୍ନୀ ବାଳିକାକୁ ଫେରାଇବା ପାଇଁ ବାପାମାଆ ଧାରା ଓ ‌ଭବେଶ ଶାହଙ୍କ ଶତ ଅନୁରୋଧ ସତ୍ତ୍ବେ ସେମାନଙ୍କ ଅବହେଳାକୁ ଦାୟୀ କରି ଜର୍ମାନୀ ଶିଶୁକୁ ଫେରାଉ ନ ଥିବା ଜଣାପଡ଼ିଛି। ବାପାମାଆ ଏବେ ଭାରତ ଫେରିବାକୁ ଚାହୁଥିବା ବେଳେ ଝିଅକୁ ନ ନେଇ କିପରି ଫେରିବେ ସେହି ଚିନ୍ତାରେ ଅଛନ୍ତି। ବାପାମାଆଙ୍କ ଅବହେଳା ବିରୋଧରେ ଫେବ୍ରୁଆରି ୨୦୨୨ରେ ଏକ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ତାଙ୍କ ବିରୋଧରେ କୌଣସି ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇ ନାହିଁ।

ସାଂସଦମାନେ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ତାଙ୍କ ଦେଶର ଆଇନଗତ ପ୍ରକ୍ରିୟାକୁ ସେମାନେ ସମ୍ମାନ ଦେଉଛନ୍ତି। କିନ୍ତୁ ଶିଶୁର ପରିବାର ବିରୋଧରେ କୌଣସି ଆପରାଧିକ ମାମଲା ନାହିଁ। ଶିଶୁକୁ ଫଷ୍ଟର କେୟାରରେ ରଖିବାର ଇତିମଧ୍ୟରେ ବହୁଦିନ ହୋଇଗଲାଣି। ଆଉ ଅଧିକ ଦିନ ରଖିଲେ ତା’ର ବହୁତ କ୍ଷତି ହେବ। ତେଣୁ ତାକୁ ତୁରନ୍ତ ତା’ର ବାପାମାଆଙ୍କୁ ଫେରାଇବାର ବ୍ୟବସ୍ଥା କରିବାକୁ ଦୂତାବାସ ମାଧ୍ୟମରେ ଜର୍ମାନୀ ସରକାରଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe