ନୂଆଦିଲ୍ଲୀ: ମନରେଗା ଶ୍ରମିକଙ୍କ ଦକ୍ଷତା ବିକାଶ କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ଏଜେଣ୍ଡା ଭାବେ ରହିଛି। ସରକାରଙ୍କର ୧୦୦ ଦିନିଆ କର୍ଯ୍ୟସୂଚୀରେ ସରକାର ମନରେଗାରେ ପରିବର୍ତ୍ତନ ଯୋଜନା ରଖିଛନ୍ତି। ମନରେଗାରେ ଏହି ଯେଉଁ ପରିବର୍ତ୍ତନ ଯୋଜନା ରହିଛି ସେଥିରେ ଗ୍ରାମାଞ୍ଚଳ ଶ୍ରମିକଙ୍କ ଦକ୍ଷତା ବିକାଶ ଅନ୍ୟତମ। ଏହି ଯୋଜନାରେ ଥିବା ଲୋକମାନଙ୍କ ଦକ୍ଷତା ବିକାଶ ଘଟିଲେ ସେମାନଙ୍କୁ ଉତ୍ତମ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା ରଖାଯାଇଛି।
ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସଚିବ ଅମରଜିତ ସିହ୍ନା କହିଛନ୍ତି, ମନରେଗା ଶ୍ରମିକଙ୍କ ଦକ୍ଷତା ବିକାଶର ଆବଶ୍ୟକତା ରହିଛି। ଦୁଇ ବର୍ଷ ପୂର୍ବେ ସୀମିତ ସଂଖ୍ୟକ ଶ୍ରମିକଙ୍କ ଦକ୍ଷତା ବିକାଶ କାର୍ଯ୍ୟ ହାତକୁ ନିଆଯାଇଥିଲା। କିନ୍ତୁ ଏବେ ଏହାକୁ ଯୋଜନାବଦ୍ଧ ଭାବେ ବଢ଼ାଯିବ ବୋଲି ସେ କହିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରାଳୟ କେବଳ ଶ୍ରମିକଙ୍କ ଦକ୍ଷତା ବିକାଶଜନିତ ତାଲିମର ଖର୍ଚ୍ଚ ବହନ କରିବ ନାହିଁ, ତାଲିମ ନେବା ସମୟରେ ଶ୍ରମିକମାନଙ୍କୁ ଦୈନିକ ଭତ୍ତା ମଧ୍ୟ ପ୍ରଦାନ କରିବ। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦକ୍ଷତା ବିକାଶ ମନ୍ତ୍ରାଳୟ ସହିତ ଆଲୋଚନା ଚଳାଇଛି। ଶ୍ରମିକମାନଙ୍କ ଦକ୍ଷତା ବିକାଶ ବାବଦରେ ମନ୍ତ୍ରାଳୟ ୫୦୦ରୁ ୬୦୦ କୋଟି ଟଙ୍କାର ଅର୍ଥ ବରାଦ କରିବା ଯୋଜନା ମଧ୍ୟ ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us