ପ୍ରଥମ ପର୍ଯ୍ୟାୟରେ ଭାରତର ଏହି ୧୩ଟି ସହରକୁ ମିଳିବ ୫ଜି ସେବା, ତାଲିକାରେ ଅଛି କି ଭୁବନେଶ୍ୱର?

Advertisment
ପ୍ରଥମ ପର୍ଯ୍ୟାୟରେ ଭାରତର ଏହି ୧୩ଟି ସହରକୁ ମିଳିବ ୫ଜି ସେବା, ତାଲିକାରେ ଅଛି କି ଭୁବନେଶ୍ୱର?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ । ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇ ପାରିବେ । ତେବେ ସାରା ଭାରତରେ ନୁହେଁ ବରଂ ପ୍ରଥମ ପର୍ଯ୍ୟାୟରେ କିଛି ସହରରେ ୫ଜି ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଦୂରସଂଚାର ବିଭାଗ ଅନୁଯାୟୀ ପ୍ରଥମେ ୧୩ଟି ସହରରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ହେଲେ ଭୁବନେଶ୍ବରରେ ବା ଓଡ଼ିଶାର କୌଣସି ସହର ଏହି ୧୩ଟି ସହର ମଧ୍ୟରେ ନାହିଁ। ଯେଉଁ ୧୩ଟି ସହରକୁ ପ୍ରଥମେ ୫ଜି ସେବା ଯୋଗାଇ ଦିଆଯିବ ସେଥିରେ ଅଛନ୍ତି, ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡୀଗଡ଼, ଦିଲ୍ଲୀ, ଜାମନଗର, ଅହମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେ ଏବଂ ଗାନ୍ଧିନଗର।

ତେବେ ଦେଶରେ ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ଆଠଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ ସେଟ ଅପ (ପରୀକ୍ଷାମୂଳକ ବ୍ୟବସ୍ଥା) ସ୍ଥାପନ କରିଛନ୍ତି । ସରକାର ମଧ୍ୟ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ନୀତି (ପିଏଲଆଇ) ମାଧ୍ୟମରେ ମୋବାଇଲ ଫୋନ, ଟେଲିକମ ସାମଗ୍ରୀ ଓ ସେମିକଣ୍ଡକ୍ଟର ନିର୍ମାଣକୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହି ଉଦ୍ୟମ ଦେଶରେ ୫ଜି ସେବା ପ୍ରବର୍ତ୍ତନ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏ କ୍ଷେତ୍ରରେ ଚାଲିଥିବା ନିରନ୍ତର ପ୍ରୟାସ ଭାରତକୁ ଯେ ଶୀଘ୍ର ବିଶ୍ୱର ଅନ୍ୟତମ ପ୍ରମୁଖ ୫ଜି ଟେକ୍ନୋଲୋଜି ଓ ଆଗାମୀ ୬ଜି ଟେକ୍ନୋଲୋଜି ରାଷ୍ଟ୍ରର ମାନ୍ୟତା ଦେବ ଏଥିରେ ସଂଦେହ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe