ଷ୍ଟେମ୍‌ସେଲ ପ୍ରତିରୋପଣ ଦ୍ବାରା ୫ମ ଏଚ୍‌ଆଇଭି ରୋଗୀ ସୁସ୍ଥ ହେଲେ

Advertisment
ଷ୍ଟେମ୍‌ସେଲ ପ୍ରତିରୋପଣ ଦ୍ବାରା ୫ମ ଏଚ୍‌ଆଇଭି ରୋଗୀ ସୁସ୍ଥ ହେଲେ

ବର୍ଲିନ: ଜର୍ମାନୀର ଜଣେ ୫୩ ବର୍ଷୀୟ ବ୍ୟକ୍ତି ଏଚ୍‌ଆଇଭିରୁ ମୁକ୍ତିଲାଭ କରିଥିବା ଗବେଷକମାନେ ଦାବି କରିଛନ୍ତି। ଷ୍ଟେମ୍‌ସେଲ ପ୍ରତିରୋପଣ ଦ୍ବାରା ଏହି ଦୁରାରୋଗ୍ୟ ବ୍ୟାଧିରୁ ଆରୋଗ୍ୟଲାଭ କରିବାରେ ସେ ହେଉଛନ୍ତି ୫ମ ବ୍ୟକ୍ତି। ରୋଗୀଙ୍କ ବ୍ୟକ୍ତିଗତ ଗୋପନୀୟତା ରକ୍ଷା କରିବାକୁ ଯାଇ ଗବେଷକମାନେ ତାଙ୍କର ଅସଲ ନାମ ବଦଳରେ ତାଙ୍କୁ ‘ଡସେଲଡର୍ଫ ପେସେଣ୍ଟ’ ବୋଲି କହୁଛନ୍ତି।

୨୦୧୯ରେ ଏକ ସମ୍ମିଳନୀରେ ଗବେଷକମାନେ ଡସେଲଡର୍ଫ ପେସେଣ୍ଟଙ୍କ ସଫଳ ଚିକିତ୍ସା ବିଷୟରେ ଘୋଷଣା କରିଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଲେଣି ବୋଲି ସୁନିଶ୍ଚିତ କରିପାରି ନ ଥିଲେ। ସୋମବାର ସେମାନେ ଘୋଷଣା କରିଛନ୍ତି ଯେ ଡସେଲଡର୍ଫ ରୋଗୀଙ୍କ ଶରୀରରେ ଭୂତାଣୁଙ୍କର ଆଉ କୌଣସି ଚିହ୍ନବର୍ଣ୍ଣ ନାହିଁ। ତାଙ୍କର ଔଷଧ ସେବନ ଚାରିବର୍ଷ ତଳୁ ବନ୍ଦ ହୋଇଯାଇଛି। ଅର୍ଥାତ୍ ସେ ସମ୍ପୂର୍ଣ୍ଣ ସୁସ୍ଥ। ଡସେଲଡର୍ଫ ରୋଗୀଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଘଟଣା ଆଶା ସଞ୍ଚାର କରିଛି ଯେ ଆଗାମୀ ଦିନରେ ଷ୍ଟେମ୍‌ସେଲ ପ୍ରତିରୋପଣ ପଦ୍ଧତିରେ ଏହି ରୋଗର ସଫଳ ଚିକିତ୍ସା କରାଯାଇପାରିବ, ଯଦିଚ ଏହା ଏକ ବିପଦପୂର୍ଣ୍ଣ ପ୍ରକ୍ରିୟା ଏବଂ ଏହା ଉପରେ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe