ନୂଆଦିଲ୍ଲୀ: ମେ’ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା। ଏଡିଆର ରିପୋର୍ଟ ଅନୁଯାୟୀ ପୁନମ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କର ୧୯୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା ଘୋଷଣା କରିଥିଲେ। ୧୯୩ କୋଟିର ସମ୍ପତ୍ତି ସହ ପୁନମ୍ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ ବିବେଚିତ ହୋଇଛନ୍ତି। ପୁନମଙ୍କ ପରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି ପ୍ରାର୍ଥୀ ବିଜୟ କୁମାର ମିଶ୍ର ୧୭୭ କୋଟି ସମ୍ପତ୍ତି ସହ ଦ୍ବିତୀୟ ଧନୀ ପ୍ରାର୍ଥୀ ବିବେଚିତ ହୋଇଛନ୍ତି ଏବଂ ତାଙ୍କ ପରେ ହଜାରିବାଗ୍ର ବିଜେପି ପ୍ରାର୍ଥୀ ଜୟନ୍ତ ସିହ୍ନା ୭୭ କୋଟି ସମ୍ପତ୍ତି ଥାଇ ତୃତୀୟ ଧନୀ ପ୍ରାର୍ଥୀ ବିବେଚିତ ହୋଇଛନ୍ତି। ପୁନମ ସିହ୍ନା ଲକ୍ଷ୍ନୌ ଆସନରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି।
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ ପୁନମ ସିହ୍ନା
Advertisment
Follow Us