୬ ଅଲ୍ ଜଜିରା ସାମ୍ବାଦିକଙ୍କୁ  ଆତଙ୍କବାଦୀ ଘୋଷଣା କଲା ଇସ୍ରାଏଲ୍

ମଧ୍ୟପ୍ରାଚ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଅଲ୍ ଜଜିରା ବିରୋଧରେ ଇସ୍ରାଏଲ ଗମ୍ଭୀର ଅଭିଯୋଗ ଆଣିଛି। ଇସ୍ରାଏଲ ସେନା ଦାବି କରିଛି ଯେ ଗାଜାରେ ଉପସ୍ଥିତ ଥିବା ୬ ଜଣ ଅଲ୍ ଜଜିରା ସାମ୍ବାଦିକ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ସହିତ ସମ୍ପର୍କ ରଖିଛନ୍ତି।

al

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଅଲ୍ ଜଜିରା ବିରୋଧରେ ଇସ୍ରାଏଲ ଗମ୍ଭୀର ଅଭିଯୋଗ ଆଣିଛି। ଇସ୍ରାଏଲ ସେନା ଦାବି କରିଛି ଯେ ଗାଜାରେ ଉପସ୍ଥିତ ଥିବା ୬ ଜଣ ଅଲ୍ ଜାଜିରା ସାମ୍ବାଦିକ ପାଲେଷ୍ଟାଇନ ଆତଙ୍କବାଦୀ ଏବଂ  କେତେକ ଆତଙ୍କବାଦୀ ଗୋଷ୍ଠୀ ସହିତ ସମ୍ପର୍କ ରଖିଛନ୍ତି। ତେବେ ଇସ୍ରାଏଲ ସେନାର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଛି ଅଲ୍ ଜଜିରା। 

ଅଲ୍ ଜଜିରାର ମୁଖ୍ୟାଳୟ କତାରର ରାଜଧାନୀ ଦୋହାରେ ରହିଛି। ଏହା ଉପସାଗରୀୟ ଅଞ୍ଚଳର ଅଗ୍ରଣୀ ଗଣମାଧ୍ୟମ ଗୋଷ୍ଠୀ ହିସାବରେ ଜଣାଶୁଣା।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ଯେ ଗାଜାରୁ ମିଳିଥିବା ଗୁଇନ୍ଦା ଏବଂ ବିଭିନ୍ନ ଦସ୍ତାବିଜ ଆତଙ୍କବାଦୀ ସଂଗଠନ ସହ ୬ ଜଣ ଅଲ୍ ଜଜିରାର ସାମ୍ବାଦିକଙ୍କ ସଂପର୍କକୁ ନିଶ୍ଚିତ କରୁଛି।

ଏହି ସାମ୍ବାଦିକମାନେ ହମାସ ଏବଂ ଇସଲାମିକ ଜିହାଦ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି। ସେମାନଙ୍କ ନିକଟରୁ ମିଳିଥିବା କାଗଜପତ୍ରରେ ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ପାଠ୍ୟକ୍ରମ, ଫୋନ୍ ଡିରେକ୍ଟୋରି ଏବଂ ଆତଙ୍କବାଦୀଙ୍କ ଦରମା ବିବରଣୀ ରହିଛି। ଆଇଡିଏଫ ବୁଧବାର ଏକ ଟ୍ୱିଟ୍ କରି କହିଛି ଯେ ଅଲ ଜଜିରାରେ ଯେ ହମାସର ଅନୁପ୍ରବେଶ ରହିଛି ତାହା ଏସବୁ କାଗଜପତ୍ର ନିଶ୍ଚିତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe