New Indian Express
ନୂଆଦିଲ୍ଲୀ: ଦିଲ୍ଲୀର ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍ରେ ଆଜି ସକାଳେ କିଛି ଯୁବକ ‘ଗଦ୍ଦାରୋଁକୋ ଗୋଲି ମାରୋ’ (ଦେଶଦ୍ରୋହୀଙ୍କୁ ଗୁଳି କର) ସ୍ଲୋଗାନ୍ ଦେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ଏଭଳି ସ୍ଲୋଗାନ୍କୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି। ୬ ଜଣ ଗେରୁଆ ଟି ସାର୍ଟ ପିନ୍ଧିଥିବା ବ୍ୟକ୍ତି ଷ୍ଟେସନ୍ରେ ଟ୍ରେନ୍ ଲାଗିବା ପୂର୍ବରୁ ଏଭଳି ସ୍ଲୋଗାନ୍ ଦେଇଥିଲେ। କିଛି ଯାତ୍ରୀ ସେମାନଙ୍କୁ ସମର୍ଥନ କରି ସେମାନଙ୍କ ସହ ଯୋଗ ଦେଇଥିବା ବେଳେ ଆଉ କିଛି ଯାତ୍ରୀ ଏହାର ଭିଡିଓ ରେକର୍ଡିଂ କରିଥିଲେ। ତେବେ କୋଳାହଳ ବଢ଼ିବାପରେ ସିଆଇଏସଏଫ୍ ଅଧିକାରୀ ସମ୍ପୃକ୍ତ ସ୍ଥାନରେ ପହଞ୍ଚିଥିଲେ ଏବଂ ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ପୁଲିସ ହାତରେ ଦେଇଥିଲେ।
ଦଙ୍ଗାକାରୀଙ୍କ ସମ୍ପତ୍ତି ଜବତ ହେବ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୁଲିସକୁ ଏବେ ଦିଲ୍ଲୀ ପୁଲିସ ଅନୁକରଣ କରିବ। ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ଆନ୍ଦୋଳନ ଓ ହିଂସା ସମୟରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିବାରୁ ୟୁପି ସରକାର ସେହି କ୍ଷତି ଭରଣା ପାଇଁ ଦଙ୍ଗାକାରୀଙ୍କ ଉପରେ ଜରିମାନା ଲଗାଇଥିଲେ ଏବଂ ସେମାନଙ୍କ ସମ୍ପତ୍ତି ଜବତ କରିଥିଲେ। ଦିଲ୍ଲୀ ହିଂସାରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିବାରୁ ଦିଲ୍ଲୀ ପୁଲିସ ବି ଅନୁରୂପ ପଦକ୍ଷେପ ଗ୍ରହଣ କରିବ। ଦିଲ୍ଲୀ ପୁଲିସ ଦଙ୍ଗାକାରୀଙ୍କୁ ଚିହ୍ନଟ କରିବ ଏବଂ ସେମାନଙ୍କ ସମ୍ପତ୍ତି ଜବତ କରିବ। କ୍ଷତି ଆକଳନ ଦିଗରେ ଦିଲ୍ଲୀ ସରକାର ଏବଂ ଅଧିକାରୀଙ୍କୁ ସହଯୋଗ କରିବାପାଇଁ କ୍ରାଇମବ୍ରାଞ୍ଚ୍ ଏସ୍ଆଇଟି ଏବଂ ସ୍ଥାନୀୟ ପୁଲିସକୁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଉତ୍ତରପୂର୍ବ ଦିଲ୍ଲୀରେ ଯେଉଁମାନେ ହିଂସା ଏବଂ ପୋଡ଼ାଜଳାରେ ସମ୍ପୃକ୍ତ ଥିଲେ ଏବଂ ଯେଉଁମାନଙ୍କ ପାଇଁ ସମ୍ପତ୍ତି ନଷ୍ଟ ହୋଇଥିଲା ସେମାନଙ୍କୁ ଚିହ୍ନଟ କରିବାପାଇଁ ଏସ୍ଆଇଟିକୁ କୁହାଯାଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ଗତକାଲି କୁହାଯାଇଥିଲା ଯେ ଏହା ୧୦୦୦ ଦଙ୍ଗାକାରୀଙ୍କୁ ଚିହ୍ନଟ କରିଛି ଏବଂ ଏଯାବତ୍ ୬୩୦ ଜଣଙ୍କୁ ଗିରଫ କରିଛି।
Follow Us