The Economic Times
ନୂଆଦିଲ୍ଲୀ: ଆଜି ସକାଳେ ଗୋଦାବରୀ ଏକ୍ସପ୍ରେସର ଛଅଟି ବଗି ତେଲେଙ୍ଗାନାରେ ଲାଇନଚ୍ୟୁତ ହୋଇଛି। ବିଶାଖାପାଟନମରୁ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନ୍ ବିବିନଗର ଏବଂ ଘଟକେସର ଷ୍ଟେସନ ମଧ୍ୟରେ ଯାଉଥିବା ବେଳେ ୬ଟି ବଗି ଲାଇନଚ୍ୟୁତ ହୋଇଥିଲା। ଏଥିରେ କେହି ମୃତାହତ ହୋଇ ନାହାନ୍ତି।
ଲାଇନଚ୍ୟୁତ ହୋଇଥିବା ବଗିଗୁଡ଼ିକୁ ବିଚ୍ଛିନ୍ନ କରି ସେହି ଟ୍ରେନ୍ରେ ପୁଣି ଯାତ୍ରା ବ୍ୟବସ୍ଥା କରାଯାଇଥିଲା। ଦୁର୍ଘଟଣା ଯୋଗୁଁ ଏହି ରୁଟ୍ରେ ୭ଟି ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୪ଟି ଆଂଶିକ ବାତିଲ ଏବଂ ଗୋଟିଏ ଟ୍ରେନର ଗତିପଥ ବଦଳାଇ ଦିଆଯାଇଥିଲା।
Follow Us