ଚେନ୍ନାଇରେ ମହିଳାଙ୍କୁ ଲୁଟି ଉଲଗ୍ନ କରି ଫିଲ୍ମ ତିଆରି କଲେ ୬ ଦୁର୍ବୃତ୍ତ, ୩ ଗିରଫ

Advertisment
ଦୋକାନରୁ ୧୦ ହଜାର ଚୋରି, କର୍ମଚାରୀ ଗିରଫ

ଚେନ୍ନାଇ : ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ଚେନ୍ନାଇର ଅରୁମ୍ବାକମ୍‌ଠାରେ ୬ ଜଣ ଦୁର୍ବୃତ୍ତ ଜଣେ ୭୨ ବର୍ଷୀୟା ମହିଳାଙ୍କ ଘରୁ ଟଙ୍କା, ସୁନା ଗହଣା ଆଦି ସବୁ ଲୁଟିନେବା ପରେ ତାଙ୍କୁ ଉଲଗ୍ନ କରି ଫିଲ୍ମ ତିଆରି କରିଥିଲେ। ଏହାପରେ ସେମାନେ ମହିଳାଙ୍କୁ ଧମକ ଦେଇଥିଲେ, ସେ ଯଦି ପୁଲିସ ଆଗରେ ଅଭିଯୋଗ କରନ୍ତି, ତେବେ ସେମାନେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଛାଡ଼ିଦେବେ।

ସୂଚନାଯୋଗ୍ୟ, ଛଅଜଣ ଲୋକ ଗଙ୍ଗା ଉମାଶଙ୍କରଙ୍କ ଘରକୁ ଯାଇ ଭଡ଼ାଘର ଖୋଜିବାକୁ ଆସିଛନ୍ତି ବୋଲି କହିଥିଲେ। ତା’ପରେ ମହିଳାଙ୍କୁ ପାଣି ମାଗିଥିଲେ। ମହିଳା ପାଣି ଆଣିବାକୁ ଭିତରକୁ ଯିବା ବେଳେ ପଛରୁ ତାଙ୍କର ହାତଦୁଇଟିକୁ ବାନ୍ଧି ଭିତରକୁ ଯାଇ ପ୍ରାୟ ୧.୩ ଲକ୍ଷ ଟଙ୍କାର ସୁନାଗହଣା ତଥା ଅନ୍ୟାନ୍ୟ ମୂଲ୍ୟବାନ୍ ଜିନିଷ ଓ ନଗଦ ଟଙ୍କା ଲୁଟିନେଇଥିଲେ। ଏହାପରେ ମହିଳାଙ୍କୁ ଉଲଗ୍ନ କରି ଫିଲ୍ମ ତିଆରି କରିଥିଲେ।

ଅଭିଯୋଗ ପାଇ ପୁଲିସ ଅନୁସନ୍ଧାନ କରି ପି ମଣିକନ୍ଦନ (୩୮), ଏମ୍ ମଣିକନ୍ଦନ (୩୮) ଓ ପି ରମେଶ (୩୧)ଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୩୦,୦୦୦ ଟଙ୍କା, ୩ଟି ମୋବାଇଲ ଫୋନ୍, ଗୋଟିଏ ଦୁଇଚକିଆ ଗାଡ଼ି ଏବଂ କେତେକ କାଂସ୍ୟ ସାମଗ୍ରୀ ଜବତ କରିଛି। ଉକ୍ତ ଛଅଜଣ ଲୋକ ଗଙ୍ଗାଙ୍କ ପୁଅ ମହାଦେବ ପ୍ରସାଦଙ୍କ ପୋଷାକ ତିଆରି କାରଖାନାରେ କାମ କରନ୍ତି। ମଜୁରୀ ଠିକ୍ ଭାବରେ ମିଳୁ ନ ଥିବାରୁ ପ୍ରତିଶୋଧ ନେବା ପାଇଁ ସେମାନେ ଏପରି କରିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe