ରାୟପୁର ରେଳ ଷ୍ଟେସନ୍‌ରେ ବିସ୍ଫୋରଣ ଘଟି ୬ ‘ସିଆର୍‌ପିଏଫ୍‌’ କର୍ମଚାରୀ ଆହତ

Advertisment
ରାୟପୁର ରେଳ ଷ୍ଟେସନ୍‌ରେ ବିସ୍ଫୋରଣ ଘଟି ୬ ‘ସିଆର୍‌ପିଏଫ୍‌’ କର୍ମଚାରୀ ଆହତ

ରାୟପୁର: ଶନିବାର ପ୍ରତ୍ୟୁଷରେ ରାୟପୁର ରେଳ ଷ୍ଟେସନ୍‌ରେ ବିସ୍ଫୋରଣ ଘଟିବାରୁ ‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ର (ସିଆର୍‌ପିଏଫ୍‌) ଅନ୍ୟୂନ ୬ଜଣ କର୍ମଚାରୀ ଆହତ ହୋଇଛନ୍ତି।

ସ୍ୱତନ୍ତ୍ର ରେଳରେ ‘ସିଆର୍‌ପିଏଫ୍‌’ ୨୧୧ ବାଟାଲିୟନ୍‌ ଯବାନମାନେ ଝାରସୁଗୁଡ଼ାରୁ ଜମ୍ମୁର ତାଓ୍ଵି ଅଭିମୁଖେ ଯାତ୍ରା କରୁଥିବା ବେଳେ ‘ଡମି କ୍ୟାଟ୍ରିଜ୍‌ ବକ୍ସ୍‍’ରେ ରଖାଯାଇଥିବା ଗୋଟାଏ ଗ୍ରେନେଡ୍‌ ବିସ୍ଫୋରଣ ହୋଇଥିଲା।

publive-image Image Courtesy of India Today

ସକାଳ ୬.୩୦ରେ ଟ୍ରେନ୍‌ଟି ଛତିଶଗଡ଼ର ରାୟପୁର ରେଳଷ୍ଟେସନ୍‌ରେ ଅଟକିଥିଲା। ‘ଡିଟୋନେଟର୍‌’ (ବିସ୍ଫୋରକ ସାମଗ୍ରୀ) ଥିବା ଗୋଟାଏ ବାକ୍ସକୁ ରାୟପୁର ରେଳ ଷ୍ଟେସନ୍‌ରେ ‘ସିଆର୍‌ପିଏଫ୍‌’ ବାଟାଲିୟନ୍‌ମାନେ ସ୍ଥାନାନ୍ତର କରୁଥିବା ବେଳେ ତାହା ଅକସ୍ମାତ୍‌ ପଡ଼ିଯାଇଥିଲା।

Blast at Raipur railway station, 6 CRPF personnel injured Image Courtesy: indiatoday.in

ଫଳତଃ, ଅନ୍ୟୂନ ୨୦ଟି ‘ଡିଟୋନେଟର୍‌’ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଆହତ ହୋଇଥିବା ‘ସିଆର୍‌ପିଏଫ୍‌’ କର୍ମଚାରୀ ମଧ୍ୟରୁ ୩ଜଣଙ୍କୁ ନାରାୟଣ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।
ଖବର ପାଇ ‘ସିଆର୍‌ପିଏଫ୍‌’ର ଶୀର୍ଷସ୍ତରୀୟ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe