ଧାର୍ମିକ ସମାରୋହରେ ଅଘଟଣ ଘଟି ୬ ମୃତ, ୫୦ରୁ ଅଧିକ ଆହତ

Advertisment

ଉତ୍ତର ପ୍ରଦେଶର ବାଗପତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଧାର୍ମିକ ସମାରୋହରେ ଅଘଟଣ ଘଟି ପ୍ରାୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। 

ଉତ୍ତର ପ୍ରଦେଶର ବାଗପତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଧାର୍ମିକ ସମାରୋହରେ ଅଘଟଣ ଘଟି ପ୍ରାୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। 

bamboo

ବାଗପତ (ୟୁପି): ଉତ୍ତର ପ୍ରଦେଶର ବାଗପତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଧାର୍ମିକ ସମାରୋହରେ ଅଘଟଣ ଘଟି ପ୍ରାୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। 

ଧାର୍ମିକ ସମାରୋହରେ ବନ୍ଧା ଯାଇଥିବା ବାଉଁଶ ଭାଡ଼ି ଖସି ପଡ଼ିବା ପରେ ଏପରି ଅଘଟଣା ଘଟିଛି। ଲୋକେ ସମାରୋହରେ ଥିବା ବେଳେ ବାଉଁଶ ନିର୍ମିତ ମଞ୍ଚଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। 

ପୁଲିସ ସୂଚନା ଅନୁଯାୟୀ, ଆଜି ବରୌଟରେ ଜୈନ ସମ୍ପ୍ରଦାୟ ଏକ 'ଲଡ଼ୁ ମହୋତ୍ସବ' ଆୟୋଜନ କରିଥିଲେ ଏବଂ ଶହ ଶହ ଲୋକ ଲଡ଼ୁ ପ୍ରଦାନ କରିବା ପାଇଁ ଏକ ମନ୍ଦିରରେ ପହଞ୍ଚିଥିଲେ। ଭକ୍ତମାନଙ୍କ ପାଇଁ ସେଠାରେ ଏକ ବାଉଁଶ ମଞ୍ଚ ନିର୍ମାଣ କରାଯାଇଥିଲା। ଲୋକଙ୍କ ଭାରରେ ଏହି ମଞ୍ଚଟି ଭୁଶୁଡ଼ି ପଡ଼ିଥିଲା।

ବାଗପତ ପୁଲିସ ମୁଖ୍ୟ ଅର୍ପିତ ବିଜୟବର୍ଗୀୟ କହିଛନ୍ତି ଯେ ଘଟଣା ପରେ ପୁଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ସାମାନ୍ୟ ଆଘାତ ପାଇଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଯାଇଥିବା ବେଳେ, ଅଧିକ ଗୁରୁତର ଆଘାତ ପାଇଥିବା ଅନ୍ୟମାନଙ୍କୁ ଚିକିତ୍ସା କରାଯାଉଛି। ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି କି ସ୍ଥାନୀୟ ଜୈନ ସମ୍ପ୍ରଦାୟ ୩୦ ବର୍ଷ ଧରି ପ୍ରତିବର୍ଷ 'ଲଡ଼ୁ ମହୋତ୍ସବ' ପାଳନ କରିଆସୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe