ପାଟନା ରେଳ ଷ୍ଟେସନ ପାଖରେ ଥିବା ହୋଟେଲରେ ଲାଗିଲା ନିଆଁ, ଚାଲିଗଲା ୬ଜଣକ ଜୀବନ

Advertisment
ପାଟନା ରେଳ ଷ୍ଟେସନ ପାଖରେ ଥିବା ହୋଟେଲରେ ଲାଗିଲା ନିଆଁ, ଚାଲିଗଲା ୬ଜଣକ ଜୀବନ

ପାଟନା: ପାଟନା ରେଳ ଷ୍ଟେସନ ପାଖରେ ଥିବା ହୋଟେଲରେ ଲାଗିଲା ନିଆଁ। ଚାଲିଗଲା ୬ଜଣକ ଜୀବନ। ଆଜି ସକାଳ ୧୧ଟା ସମୟରେ ହୋଟେଲରେ ନିଆଁ ଲାଗିଥିବା ବେଳେ ୬ଜଣକ ମୃତ୍ୟୁ ହେବା ସହ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଡିଏସପି କ୍ରିଷ୍ଣା ମୁରାରୀଙ୍କ କହିବା ମୁତାବକ, “ପାଞ୍ଚରୁ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହା ସହ ୭ଜଣ ଗୁରୁତର ଆହତ ଥିବା ଲୋକଙ୍କୁ ଡାକ୍ତରଖାନାକୁ ପଠାଯାଇଛି। ”

ଅନ୍ୟପକ୍ଷରେ ଡିଆଇଜି ମୃତ୍ୟୁଞ୍ଜୟ କୁମାର ଚୌଧୁରୀ କହିଛନ୍ତି ଯେ, ସକାଳ ୧୧ଟାରେ ହୋଟେଲରେ ନିଆଁ ଲାଗିବା ପରେ ଆମକୁ ଖବର ଦିଆଯାଇଥିଲା। ତୁରନ୍ତ ଆମେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲୁ। ଏବେ ନିଆଁକୁ ଲିଭାଯାଇଛି ଏବଂ ଆହତଙ୍କୁ ଡାକ୍ତରଖାନା ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe