ଇଭି ବାଇକ ସୋ’ରୁମରେ ନିଆଁ ଲାଗି ୬ ମୃତ

ଇଭି ବାଇକ ସୋ’ରୁମରେ ନିଆଁ ଲାଗି ୬ ମୃତ

india.postsen.com

ହାଇଦ୍ରାବାଦ୍‌ : ସିକନ୍ଦରାବାଦ୍‌ରେ ଏକ ଇଭି ବାଇକ୍ ଶୋ’ରୁମ୍‌ରେ ନିଆଁ ଲାଗି ୬ଜଣଙ୍କର ମୃତ୍ୟୁ ହୋଇଛି। ଇଭି ସୋ’ରୁମ୍‌ ଉପରେ ଏକ ୪ ମହଲା ବିଶିଷ୍ଟ ହୋଟେଲ ଥିଲା। ସୋମବାର ବିଳମ୍ବିତ ରାତିରେ ସୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟିବାରୁ ହୋଟେଲରେ ରହୁଥିବା ୬ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଆହତମାନଙ୍କୁ ଗାନ୍ଧୀ ହସ୍ପିଟାଲ ସମେତ ଅନ୍ୟ କେତେକ ‌ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାଂଶ ବ୍ୟକ୍ତି ଧୂଅଁାରେ ଅଣନିଃଶ୍ବାସୀ ହୋଇ ମୃତ୍ୟୁବରଣ କରିଛନ୍ତି। ଗୁରୁତର ଆହତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ହୋଟେଲରେ ରହୁଥିବା ଅଧିକାଂଶ ବ୍ୟକ୍ତି ବ୍ୟବସାୟିକ କାର୍ଯ୍ୟରେ ସହରକୁ ଆସିଥିଲେ ବୋଲି ପୁଲିସ କହିଛି। ମୃତାହତଙ୍କ ବ୍ୟକ୍ତିଙ୍କ ପରିଚୟ ପୁଲିସ ସଂଗ୍ରହ କରୁଛି। ସ୍ଥାନୀୟ ଲୋକେ ଇଭି ସୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟଣା ଜାଣିବା ପରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହୋଟେଲରେ ପାଖାପାଖି ୨୫ ଯାତ୍ରୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe