Image Courtesy of India Today
ନୂଆଦିଲ୍ଲୀ: ଗଦି-ବିଛଣାରେ ମଶା-ଧୂପ ପଡ଼ି ରାତି ସାରା ଛାଡ଼ିଥିବା ବିଷାକ୍ତ ଧୂଆଁ ଆଘ୍ରାଣ କରି ଉତ୍ତର ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା ଏକ ଘରେ ଗୋଟିଏ ପରିବାରର ୬ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପୁଲିସ କହିଛି।
ଉତ୍ତର ପୂର୍ବ ଜିଲ୍ଲାର ‘ଡିସିପି’ ଜୟ ତର୍କୀ କହିଛନ୍ତି, ଶାସ୍ତ୍ରୀ ପାର୍କ ଅଞ୍ଚଳସ୍ଥିତ ଏକ ଘର ଭିତରୁ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଜଳନ୍ତା ମଶା-ଧୂପ ଧୂଆଁରୁ ନିର୍ଗତ ‘କାର୍ବନ୍ ମନୋକ୍ସାଇଡ୍’ ଆଘ୍ରାଣ କରି ସେମାନଙ୍କର ମୃତ୍ୟୁ ଘଟିଛି। ରାତିରେ କେତେବେଳେ ଜଳନ୍ତା ଧୂପଟି ସେମାନେ ଶୋଇଥିବା ଗଦି-ବିଛଣା ଉପରେ ପଡ଼ିଯାଇଥିଲା। ଧୂପ ଧୂଆଁରୁ ନିର୍ଗତ ବିଷାକ୍ତ ଧୂଆଁ ଆଘ୍ରାଣ କରି ଅନ୍ତେଃବାସୀମାନେ ପ୍ରଥମେ ଅଚେତ ହୋଇ ପଡ଼ିଥିଲେ। ପରେ ଶ୍ବାସରୁଦ୍ଧ ହୋଇ ସେମାନେ ମୃତ୍ୟୁ ବରଣ କରିଛନ୍ତି।
Image Courtesy of India Todayମୃତ ବ୍ୟକ୍ତମାନଙ୍କ ମଧ୍ୟରେ ଅଛନ୍ତି, ୪ଜଣ ପ୍ରାପ୍ତ ବୟସ୍କ ପୁରୁଷ, ଜଣେ ପ୍ରାପ୍ତ ବୟସ୍କା ମହିଳା ଏବଂ ଗୋଟାଏ ୬ମାସର ଛୁଆ।
ସେହିପରି, ଆଜି ସକାଳ ପ୍ରାୟ ୯ଟା ବେଳେ ଶାସ୍ତ୍ରୀ ପାର୍କର ମଚ୍ଛି ମାର୍କେଟ୍ ଅନ୍ତର୍ଗତ ମଜାରୱାଲା ରୋଡ୍ସ୍ଥିତ ଗୋଟାଏ ଘରେ ନିଆଁ ଲାଗିଯାଇଥିବା ଖବର ମିଳିଥିଲା କଥା ମଧ୍ୟ ‘ଡିସିପି’ ଜୟ ତର୍କୀ କହିଛନ୍ତି।
ସେ କହିଛନ୍ତି, ଘଟଣାସ୍ଥଳରେ ପହଞ୍ଚି ପୁଲିସ ଦେଖିଲା, ୯ଜଣ ବ୍ୟକ୍ତିଙ୍କୁ ‘ଜଗ ପ୍ରବେଶ ଚନ୍ଦ୍ର ହସ୍ପିଟାଲ୍’କୁ ନିଆଯାଇଛି। ପରେ ଜଣେ ୧୫ ବର୍ଷୀୟ ବାଳିକାଙ୍କ ସମେତ ଆଉ ୨ଜଣ ଆହତଙ୍କୁ ମଧ୍ୟ ଡାକ୍ତରଖାନା ନିଆଯାଇଛି। ସେହିପରି, ଡାକ୍ତରଖାନାରେ ପ୍ରାଥମିକ ଉପଚାର କରାଯିବା ପରେ ଜଣେ ୨୨ ବର୍ଷିୟ ଯୁବକଙ୍କୁ ଛାଡ଼ିଦିଆଯାଇଛି।
ଉଭୟ ଘଟଣା ସଂକ୍ରାନ୍ତର ତଦନ୍ତ ଚାଲିଥିବା କଥା ସେ କହିଛନ୍ତି।
Follow Us