Python Rescue Iskcon Temple: ନବନିର୍ମିତ ଇସ୍କନ ମନ୍ଦିରରୁ ବାହାରିଲା ବିରାଟ ଅଜଗର: ଭୟରେ ସ୍ଥାନୀୟବାସିନ୍ଦା ଓ ଭକ୍ତ

ଉତ୍ତରପ୍ରଦେଶର ଇଟାୱା ସହରର ସିଭିଲ ଲାଇନ୍ସ ଅଞ୍ଚଳରେ ନବନିର୍ମିତ ଇସ୍କନ ମନ୍ଦିରରୁ ବିରାଟ ସାପ ଉଦ୍ଧାର। ଯାହାର ଲମ୍ବ ୬ ଫୁଟ ରହିଥିବା ବେଳେ ଓଜନ ପ୍ରାୟ ୧୦କିଲୋଗ୍ରାମର ରହିଛି। 

818adcb4-d8b6-488e-b755-3b951d5f9293

python-come-from-at-the-iskcon-temple Photograph: (@ITG)

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଇଟାୱା ସହରର ସିଭିଲ ଲାଇନ୍ସ ଅଞ୍ଚଳରେ ନବନିର୍ମିତ ଇସ୍କନ ମନ୍ଦିରରୁ ଏକ ବିରାଟ ସାପ ବାହରିଛି। ଏହି ସାପ ଇସ୍କନ ମନ୍ଦିରର ଏକ ଷ୍ଟୋରରୁମରୁ ଉଦ୍ଧାର ହୋଇଛି। ଯାହାର ଲମ୍ବ ୬ ଫୁଟ ରହିଥିବା ବେଳେ ଓଜନ ପ୍ରାୟ ୧୦କିଲୋଗ୍ରାମର ରହିଛି। 

ନବନିର୍ମିତ ଇସ୍କନ ମନ୍ଦିରରୁ ବିରାଟ ସାପ ଉଦ୍ଧାର

ମନ୍ଦିରର ପରିଚାଳକ ତଥା ଶ୍ରୀକୃଷ୍ଣ ଭକ୍ତ ବରାହ ଦାସ କହିଛନ୍ତି, ‘ମନ୍ଦିର କାମ ପାଇଁ ଷ୍ଟୋରରୁମ ଖୋଲା ଯାଇଥିଲା। ଏହି ସମୟରେ ମନ୍ଦିର କାମରେ ନିୟୋଜିତ ଥିବା କର୍ମଚାରୀ କୋଠରି ଭିତରେ ଏକ ସାପଗୁଡ଼ାଇ ହୋଇ ଶୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ଏହି ଘଟଣା ସମ୍ପର୍କରେ ସେମାନେ ମନ୍ଦିରରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ସୂଚନା ଦେବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ସଙ୍ଗେସଙ୍ଗେ ଉଦ୍ଧାର ପାଇଁ ବନ ବିଭାଗକୁ ଖବର ଦିଆଯାଇଥିଲା। 

ଅଧିକପଢ଼ନ୍ତୁ:ଛାଡ଼ପତ୍ର ହୋଇଥିବା ଖବର ପ୍ରଚାରକଙ୍କ ବିରୋଧରେ Legal Action ନେବେ ମାହି

ବନ ବିଭାଗର ମୁଖ୍ୟ ଡକ୍ଟର ଆଶିଷ ତ୍ରିପାଠୀ ତାଙ୍କ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।  ଡକ୍ଟର ତ୍ରିପାଠୀ ଏହି ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ଏହି ଅଜଗର କାମୁଡ଼ିବା ପରେ ଯଦି କ୍ଷତକୁ ଠିକ୍ ଭାବରେ ସଫା କରା ନଯାଏ , ତେବେ ଏହା କେବଳ ସଂକ୍ରମଣ ହୋଇପାରେ କିନ୍ତୁ ଜୀବନ ପ୍ରତି ବିପଦ ନାହିଁ। କିଛି କ୍ଷେତ୍ରରେ, ଅତ୍ୟଧିକ ଭୟ କିମ୍ବା ଆତଙ୍କ ହେତୁ ଲୋକଙ୍କ ହୃଦଘାତରେ ମୃତ୍ୟୁ ହେବାର ସମ୍ଭାବନା ରହିଛି।

ଅଧିକପଢ଼ନ୍ତୁ:ଓଲଟି ପଡ଼ିଲା ପିକଅପ ଭ୍ୟାନ୍: ଯନ୍ତ୍ରଣାରେ ଚାଳକ ଛଟପଟ ହେଉଥିବା ବେଳେ ଲୋକେ ମାଛ ଗୋଟାଇବାରେ ବ୍ୟସ୍ତ ଥିଲେ

python ISKCON Temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe