ଭାରତରେ କରୋନାର ରୂପାନ୍ତରିତ ଭୂତାଣୁ ଭୟ; ଲଣ୍ଡନରୁ ଆସିଥିବା ୬ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ

ଖରାପ ପାଗ ଯୋଗୁ ବିମାନ ଅବତରଣରେ ସମସ୍ୟା

NDTV

ନୂଆଦିଲ୍ଲୀ: ଗତକାଲି ରାତିରେ ଲଣ୍ଡନରୁ ଏୟାର ଇଣ୍ଡିଆ ବିମାନରେ ଆସି ଭାରତରେ ପହଞ୍ଚିଥିବା ୬ ଜଣ ଯାତ୍ରୀଙ୍କ ନିକଟରେ କୋଭିଡ୍‌-୧୯ ସଂକ୍ରମଣ ରହିଥିବା ପରୀକ୍ଷାରୁ ଜଣାପଡ଼ିଛି। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ସାଜିଥିବା କୋଭିଡ୍‌-୧୯ ବା କରୋନାର ରୂପାନ୍ତରିତ ଭୂତାଣୁ ଚିହ୍ନଟ ହୋଇଥିବା ଏହି ୬ ଜଣଙ୍କ ନିକଟରେ ଥାଇପାରେ ବୋଲି ସନ୍ଦେହ କରାଯାଉଛି !

ଲଣ୍ଡନରୁ ଆସି ଭାରତରେ ପହଞ୍ଚିବା ପରେ କରୋନା ପଜିଟିଭ୍‌ ପରୀକ୍ଷା କରିଥିବା ୬ ଜଣ ଯାତ୍ରୀ ସୋମବାର ରାତି ୧୦.୪୦ରେ ଜାତୀୟ ରାଜଧାନୀରେ ଅବତରଣ କରିଥିବା ଏୟାର ଇଣ୍ଡିଆ ବିମାନ ଦ୍ୱାରା ଯାତ୍ରା କରିଥିବା ୨୬୬ ଜଣଙ୍କ ମଧ୍ୟରେ ରହିଥିଲେ। ନୂଆଦିଲ୍ଲୀ ବିମାନ ବନ୍ଦରରେ କାରୋନା ପରୀକ୍ଷାକୁ ସମନ୍ଵୟ କରିବାରେ ସାହାଯ୍ୟ କରୁଥିବା ସରକାରୀ ଅଧିକାରୀ ଅୱନିଶ କୁମାର କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ କାହାରି ଠାରେ କୌଣସି ପ୍ରକାରର ନୂଆ ଷ୍ଟ୍ରେନ୍‌ ବା ରୂପାନ୍ତରିତ ଭୂତାଣୁ ଅଛି କି ନାହିଁ ତାହା ଅସ୍ପଷ୍ଟ। ସଂପୃକ୍ତ ଯାତ୍ରୀମାନଙ୍କ ନିକଟରୁ ସଂଗ୍ରହ କରାଯାଇଥିବା ନମୁନାକୁ ଉଚ୍ଚତର ପରୀକ୍ଷା ନିମନ୍ତେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି।

publive-image Indian Express

ଇତି ମଧ୍ୟରେ, ବ୍ରିଟେନରୁ ଅତି କମରେ ଅନ୍ୟ ଦୁଇଟି ବିମାନ ଆସି ଭାରତରେ ଅବତରଣ କରିଛି। ଏଥିମଧ୍ୟରୁ ଗୋଟିଏ ମୁମ୍ବାଇରେ ଏବଂ ଅନ୍ୟଟି ପଞ୍ଜାବର ଅମୃତସରରେ। ସୋମବାର ବିଳମ୍ବିତ ରାତିରେ ଅମୃତସରରେ ପହଞ୍ଚିଥିବା ୨୪୦ ଜଣଙ୍କ ପରୀକ୍ଷା ଫଳାଫଳ ମଙ୍ଗଳବାର ଅପରାହ୍ନରେ ଜଣାପଡ଼ିବ ବୋଲି ସରକାରୀ ଅଧିକାରୀ ଦୀପକ ଭାଟିଆ କହିଛନ୍ତି।

ଅନ୍ୟପକ୍ଷରେ କୋଲକାତାରେ ୨ ଜଣ ଓ ଚେନ୍ନାଇରେ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ଲଣ୍ଡନରୁ ଆସିଥିଲେ। ତେବେ, ଏମାନେ ନୂତନ ରୂପାନ୍ତରିତ କାରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ କି ନୁହେଁ, ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe