୬ ବନ୍ଧୁକ, ୧ କ୍ୟାମେରା ଏବଂ ଅନେକ ପ୍ରଶ୍ନ... ଜ୍ୟୋତିଙ୍କୁ ପାକିସ୍ତାନରେ କାହିଁକି ମିଳିଥିଲା କଡ଼ା ସୁରକ୍ଷା,ଭିଡିଓ ଭାଇରାଲ

ଭିଡିଓରେ, କ୍ୟାଲମ ନିଜେ ଅନାରକଲି ବଜାରର ରାସ୍ତାରେ ବୁଲୁଥିବାର ଦେଖାଯାଉଛି ଏବଂ ଏହି ସମୟରେ ସେ ହଠାତ୍ ଜ୍ୟୋତି ମାଲହୋତ୍ରାଙ୍କୁ ଭେଟୁଛନ୍ତି। ଭିଡିଓରେ ଦେଖାଯାଉଛି ଯେ, ଉଭୟ ୟୁଟ୍ୟୁବର ପରସ୍ପର ସହିତ କଥାବାର୍ତ୍ତା କରୁଛନ୍ତି...

6 guns, 1 camera and many questions... Why did Jyoti get tight security in Pakistan, video goes viral

6 guns, 1 camera and many questions... Why did Jyoti get tight security in Pakistan, video goes viral Photograph: (sambad.in)

ନୂଆଦିଲ୍ଲୀ: ଭାରତର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପୁଣି ଥରେ ଖବରରେ ରହିଛନ୍ତି। ଏଥର କାରଣ ହେଉଛି ତାଙ୍କର ଭାଇରାଲ ଭିଡିଓ। ଯେଉଁଥିରେ ସେ ପାକିସ୍ତାନର ଲାହୋରରେ ଅବସ୍ଥିତ ପ୍ରସିଦ୍ଧ ଅନାରକଲି ବଜାରରେ ବୁଲୁଥିବାର ଦେଖାଯାଉଛି।

କିନ୍ତୁ ଏହି ଭିଡିଓରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ତାଙ୍କ ସହିତ ପ୍ରାୟ ୫ ରୁ ୬ ଜଣ ସଶସ୍ତ୍ର ବନ୍ଧୁକଧାରୀ ମଧ୍ୟ ଅଛନ୍ତି। ଯେଉଁମାନେ ତାଙ୍କୁ ସବୁ ପାର୍ଶ୍ୱରୁ ସୁରକ୍ଷା ଦେଉଛନ୍ତି।

ଏହି ଭାଇରାଲ ଭିଡିଓଟି ସ୍କଟଲ୍ୟାଣ୍ଡର ପ୍ରସିଦ୍ଧ ଟ୍ରାଭେଲ୍ ବ୍ଲଗର୍ କ୍ୟାଲମ ମିଲ୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ କ୍ୟାଲମ ଆବ୍ରୋଡରେ ପୋଷ୍ଟ କରିଛନ୍ତି। ଭିଡିଓରେ, କ୍ୟାଲମ ନିଜେ ଅନାରକଲି ବଜାରର ରାସ୍ତାରେ ବୁଲୁଥିବାର ଦେଖାଯାଉଛି ଏବଂ ଏହି ସମୟରେ ସେ ହଠାତ୍ ଜ୍ୟୋତି ମାଲହୋତ୍ରାଙ୍କୁ ଭେଟୁଛନ୍ତି। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଉଭୟ ୟୁଟ୍ୟୁବର ପରସ୍ପର ସହିତ କଥାବାର୍ତ୍ତା କରୁଛନ୍ତି।

ଜ୍ୟୋତି ମାଲହୋତ୍ରା, ଯିଏ ନିଜକୁ ଭାରତର ନାଗରିକ ବୋଲି କହୁଛନ୍ତି, ସେ କ୍ୟାଲମଙ୍କୁ ପଚାରିଛନ୍ତି ଯେଳ ସେ କେତେଥର ପାକିସ୍ତାନ ଆସିଛନ୍ତି। ଏହାର ଉତ୍ତରରେ, କ୍ୟାଲମ କହୁଛନ୍ତି, ସେ ଏପର୍ଯ୍ୟନ୍ତ ୫ ଥର ପାକିସ୍ତାନ ଗସ୍ତ କରିସାରିଛନ୍ତି। ଉତ୍ତରରେ ଜ୍ୟୋତି କହୁଛନ୍ତି, ମୁଁ ଭାରତରୁ ଆସିଛି, କେବେ ଭାରତକୁ ଆସନ୍ତୁ। କଥାବାର୍ତ୍ତା ସମୟରେ, ଉଭୟଙ୍କ ମଧ୍ୟରେ ଏକ ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ଦେଖିବାକୁ ମିଳୁଛି। କିନ୍ତୁ ତା'ପରେ ଦେଖାଯାଇଥିବା ଦୃଶ୍ୟ ଆଶ୍ଚର୍ଯ୍ୟଜନକ ରହିଛି।

ଯେତେବେଳେ ଜ୍ୟୋତି ମାଲହୋତ୍ରା ଆଗକୁ ଯାଉଛନ୍ତି, ତାଙ୍କ ଚାରିପାଖରେ ୬ ଜଣ ସଶସ୍ତ୍ର ବନ୍ଧୁକଧାରୀ ଦେଖାଯାଉଛନ୍ତି। ସେମାନେ ତାଙ୍କୁ ସୁରକ୍ଷା ଘେରାରେ ନେଇଯାଉଛନ୍ତି। ଜ୍ୟୋତିଙ୍କୁ ନେଇ ଯାଉଥିବା ବନ୍ଧୁକଧାରୀମାନେ  ‘ନୋ ଫିୟର’ଲେଖାଥିବା ଜ୍ୟାକେଟ୍ ପିନ୍ଧିଛନ୍ତି।

ଏହି ସମଗ୍ର ଘଟଣାରେ କ୍ୟାଲମ ମିଲ୍ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ କ୍ୟାମେରା ସାମ୍ନାରେ କହିଛନ୍ତି, ଏହି ମହିଳା ଏତେ ସୁରକ୍ଷା ସହିତ କାହିଁକି ବୁଲୁଛନ୍ତି? ଏତେ ବନ୍ଧୁକର ଆବଶ୍ୟକତା କ'ଣ? ଦେଖନ୍ତୁ, କେତେ ସଶସ୍ତ୍ର ଲୋକ ତାଙ୍କୁ ଘେରି ରହିଛନ୍ତି।

ଭିଡିଓରେ କ୍ୟାଲମଙ୍କ ଏହି ବକ୍ତବ୍ୟ ସ୍ପଷ୍ଟ ଭାବରେ ଶୁଣାଯାଉଛି ଏବଂ ତାଙ୍କର ଆଶ୍ଚର୍ଯ୍ୟ ସମ୍ପୂର୍ଣ୍ଣ ଯଥାର୍ଥ ମନେ ହେଉଛି, କାରଣ ସାଧାରଣତଃ ଜଣେ ୟୁଟ୍ୟୁବରଙ୍କୁ ପାକିସ୍ତାନରେ ଏତେ ସୁରକ୍ଷା ମିଳେ ନାହିଁ। ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ଯେ, ପାକିସ୍ତାନରେ ଜ୍ୟୋତି ମାଲହୋତ୍ରାଙ୍କୁ ଏତେ ଭିଆଇପି ସୁବିଧା କାହିଁକି ଦିଆଯାଇଥିଲା? ଏହା କେବଳ ଏକ ପର୍ଯ୍ୟଟକ ଭିଡିଓ ନା ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଅଛି?

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ରକ୍ତଛିଟା: ସାଧାରଣ ଦର୍ଶନ ପ୍ରଭାବିତ, ୧ଘଣ୍ଟା ବାହାରେ ରହିବେ ଶ୍ରଦ୍ଧାଳୁ

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଜ୍ୟୋତି ମାଲହୋତ୍ରାଙ୍କ ବିରୁଦ୍ଧରେ ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗ‌ ଆସିଥିଲା। ଏପରି ପରିସ୍ଥିତିରେ, ଏହି ଭିଡିଓ ତାଙ୍କୁ ନେଇ ପୁଣି ଥରେ ପ୍ରଶ୍ନ ସୃଷ୍ଟି କରିଛି। ଜ୍ୟୋତି କ’ଣ ପ୍ରକୃତରେ କେବଳ ଜଣେ ଟ୍ରାଭେଲ୍ ବ୍ଲଗର ନା ଏହାଠାରୁ ଅଧିକ କିଛି, ତାହା ସମୟ ହିଁ କହିବ ବୋଲି କୁହାଯାଉଛି। ବର୍ତ୍ତମାନ, ଏହି ଭିଡିଓ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛି ଏବଂ ଲୋକମାନେ ଜ୍ୟୋତିଙ୍କ ପାକିସ୍ତାନରେ ଉପସ୍ଥିତି ଏବଂ ସୁରକ୍ଷା ବିଷୟରେ ନେଇ ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି।

ଅଧିକ ପଢ଼ନ୍ତୁ: ଅଭିନେତ୍ରୀ ମାହିରାଙ୍କୁ ଅସଦାଚରଣ: ଭିଡ଼ରେ ଗାର୍ଡ ତାଙ୍କୁ ଜୋରରେ ଧରି ରଖିଲେ, ଭିଡିଓ ଭାଇରାଲ

youtuber-jyoti-malhotra | Viral video 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe