ଗୁଜରାଟରେ ୬, ହିମାଚଳରେ ଆଦୌ ନାହିଁ: ବିଧାନସଭା ନିର୍ବାଚନରେ ‘ଆପ୍‌’ର ସ୍ଥିତି

Advertisment
କେଜ୍ରିୱାଲ୍‌ଙ୍କୁ ହଟାଇବା ପିଟିସନ୍‌ ଖାରଜ: ଆବେଦନକାରୀଙ୍କୁ ୫୦ ହଜାର ଟଙ୍କା ଜୋରିମାନା

Image Courtesy of India Today

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଅସ୍ଥିତ୍ବ ଜାହିର କରିବାକୁ ଉଦ୍ୟମ କରିଥିବା ‘ଆମ୍‌ ଆଦ୍‌ମି ପାର୍ଟି’ ଭୀଷଣ ପରାଜୟର ସମ୍ମୁଖୀନ ହୋଇଥିବା କଥା ଆଜି ଉଭୟ ରାଜ୍ୟରେ ଚାଲିଥିବା ଭୋଟ୍‌ ଗଣନାର ପ୍ରାରମ୍ଭରୁ ଜଣାପଡ଼ିଛି।

ସମ୍ପ୍ରତି ଗୁଜରାଟରେ ‘ଆପ୍’ ମାତ୍ର ୬ଟି ଆସନରେ ଅଗ୍ରଣୀ ଥିବା ବେଳେ ହିମାଚଳ ପ୍ରଦେଶରେ ଆଦୌ କୌଣସି ଆସନରେ ଅଗ୍ରଣୀ ନାହିଁ।

ସଦ୍ୟତମ ଟ୍ରେଣ୍ଡ୍‌ ଅନୁସାରେ, ଗୁଜରାଟର ୧୮୨ ଆସନରୁ ଶାସକ ‘ବିଜେପି’ ୧୫୫ ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ୧୭, ‘ଆପ୍‌’ ୬ ଓ ଅନ୍ୟାନ୍ୟ ୪ଟି ଆସନରେ ଅଗ୍ରଣୀ ରହିଛନ୍ତି।

କିନ୍ତୁ, ହିମାଚଳ ପ୍ରଦେଶରେ ଏପର୍ଯ୍ୟନ୍ତ ‘ଆପ୍‌’ ଗୋଟିଏ ମାତ୍ର ଆସନରେ ଅଗ୍ରଣୀ ନ ଥିବା ବେଳେ ‘ବିଜେପି’ ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ଭୀଷଣ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଉଭୟ ରାଜ୍ୟରେ ‘ବିଜେପି’ କେତୋଟି ନୂଆ ରେକର୍ଡ ସ୍ଥାପନ କରିବାକୁ ଆଶା କରୁଛି।

publive-image Image Courtesy of The Economic Times

ଏଥର ଗୁଜରାଟ ନିର୍ବାଚନରେ ବିଜୟ ହାସଲ କଲେ ଦେଶରେ ‘ବିଜେପି’ ହେବ ନିରବଚ୍ଛିନ୍ନ ଭାବେ ୭ଥର ବିଜୟ ହାସଲ କରିବାରେ ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ (ମାର୍କସ୍‌ବାଦୀ) ପରେ ଏକମାତ୍ର ଦଳ। ସୂଚନାଯୋଗ୍ୟ, ୧୯୭୭ରୁ ୨୦୧୧ ଯାଏଁ ୩୪ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କ୍ଷମତାରେ ଥିବା ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ (ମାର୍କସ୍‌ବାଦୀ) ମଧ୍ୟ ଲଗାତାର ୭ଟି ବିଧାନସଭାରେ ବିଜୟ ହାସଲ କରିଥିଲା।

ଅନ୍ୟ ପକ୍ଷରେ, ୧୯୮୫ ମସିହାରୁ ହିମାଚଳ ପ୍ରଦେଶରେ କୌଣସି ଦଳ କ୍ରମାଗତ ନିର୍ବାଚନରେ ବିଜୟୀ ହୋଇନାହାନ୍ତି। ଏହି ପାହାଡ଼ୀ ରାଜ୍ୟରେ ‘ବିଜେପି’ ‘ବିଜେପି’ କ୍ଷମତା ବଜାୟ ରଖିଲେ ନୂଆ ରେକର୍ଡ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe