www.indiatoday.in
ଚିକାଗୋ: ଚିକାଗୋ ନିକଟ ଇଲିଅନ୍ସ ରାଜ୍ୟର ହାଇଲାଣ୍ଡ ପାର୍କ ଅଞ୍ଚଳରେ ସୋମବାର ଆମେରିକାର ସ୍ବାଧୀନତା ଦିବସ ପାଳନ ଅବସରରେ ଜୁଲାଇ ୪ ପରେଡରେ ଗୁଳିମାଡ ହୋଇଥିଲା। ଏହି ଗୁଳିମାଡ଼ ଅଭିଯୋଗରେ ଅଭିଯୁକ୍ତ ସୁଟର୍(ଗୁଳି ମାଡ଼ କରିଥିବା ବ୍ୟକ୍ତି) ରୋବୋର୍ଟ କ୍ରିମୋକୁ(୨୨) ଗିରଫ କରାଯାଇଛି। ରୋବର୍ଟକୁ ଗିରଫ କରାଯାଇ ପୁଲିସ୍ ହେପାଜତରେ ନିଆଯାଇଛି।
ଗତକାଲି ଏହି ଗୁଳିକାଣ୍ଡରେ ୬ଜଣଙ୍କ ଜୀବନ ଯାଇଥିବାବେଳେ ୨୪ଜଣ ଗୁରୁତର ହୋଇଥିବା ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିଲା। ପରେଡରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ। ରାସ୍ତା ଉପରେ ଅନେକ ଲୋକ ବସି ପରେଡ ଦେଖୁଥିଲେ। ଚିକାଗୋ ନିକଟ ଇଲିଅନ୍ସ ରାଜ୍ୟର ହାଇଲାଣ୍ଡ ପାର୍କ ରାସ୍ତାରେ ଆମେରିକାର ସ୍ବାଧୀନତା ଦିବସ ପାଳନ ଅବସରରେ ଜୁଲାଇ ୪ ପରେଡ ଅନୁଷ୍ଠିତ ହେଉଥିଲା। ପରେଡରେ ଲୋକେ ଆସୁଥିବାବେଳେ ଜଣେ ଅଜ୍ଞାତ ବନ୍ଧୁକଧାରୀ ଏକ ଦୋକାନର ଛାତ ଉପରେ ଥାଇ ଏହି ଗୁଳି ମାଡ କରିଥିଲା।
ଗୁଳି ଶବ୍ଦ ଶୁଣି ପରେଡରେ ଭାଗ ନେଇଥିବା ଲୋକେ ଓ ରାସ୍ତାରେ ବସି ପରେଡ ଦେଖୁଥିବା ଲୋକେ ଚିତ୍କାର କରି ଏଣେ ତେଣେ ଦୌଡିବାରେ ଲାଗିଥିଲେ। ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ଗୁଳିମାଡ ପରେ ହାଇଲାଣ୍ଡ ପାର୍କ ପୁଲିସ ପରେଡକୁ ବନ୍ଦ କରିଥିଲା। ଗୁରୁତରମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ପିସ୍ତଲକୁ ପୁଲିସ ଜବତ କରି ଘଟଣାର ଛାନଭିନ୍ ଆରମ୍ଭ କରିଥିଲା।
Follow Us