୬ ଓଡ଼ିଆଙ୍କୁ ମର୍ଯ୍ୟାଦାଜନକ ପ୍ରବାସୀ ଓଡ଼ିଆ ସମ୍ମାନ ମିଳିବ

Advertisment
୬ ଓଡ଼ିଆଙ୍କୁ ମର୍ଯ୍ୟାଦାଜନକ ପ୍ରବାସୀ ଓଡ଼ିଆ ସମ୍ମାନ ମିଳିବ

ନୂଆଦିଲ୍ଲୀ : ଓଡ଼ିଶା ଫୋରମ୍‌ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ୬ ଜଣ ଓଡ଼ିଆଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରବାସୀ ଓଡ଼ିଆ ସମ୍ମାନ ପ୍ରଦାନ କରାଯିବ। ସମ୍ମାନିତ ହେବାକୁ ଥିବା ୬ ଓଡ଼ିଆମାନେ ହେଲେ ଡକ୍ଟର ସ୍ୱରୂପ ରଂଜନ ମିଶ୍ର, ଡକ୍ଟର ସୁସ୍ମିତା ମହାନ୍ତି, ପିନାକୀ ପାଣିଗ୍ରାହୀ, ସାରୋନ୍‌ ଲୋଓି୍ଵନ୍‌, ନନ୍ଦିତା ଦାସ ଏବଂ ଡକ୍ଟର ତ୍ରିଲୋଚନ ମହାପାତ୍ର। ଜୁଲାଇ ୧୩ ତାରିଖରେ ଓଡ଼ିଶା ଫୋରମ୍‌ର ବାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଦ୍ୱାରା ପ୍ରବାସୀ ଓଡ଼ିଆ ସମ୍ମାନ ପ୍ରଦାନ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଫୋରମ୍‌ର ସଭାପତି ତଥା ଅବସରପ୍ରାପ୍ତ ଆଇଏଏସ୍‌ ଗୋକୁଳ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe