‘ନିଟ୍‌’ ଓ ‘ଜେଇଇ’ ପରୀକ୍ଷା କରାଯିବା ଆଦେଶ ବିରୋଧ‌ରେ ସୁପ୍ରିମ୍ କୋର୍ଟରେ ରିଭ୍ୟୁ ପିଟିସନ୍ ଦାଏର କଲେ ୬ ବିରୋଧୀ ଶାସିତ ରାଜ୍ୟ

Advertisment
‘ନିଟ୍‌’ ଓ ‘ଜେଇଇ’ ପରୀକ୍ଷା କରାଯିବା ଆଦେଶ ବିରୋଧ‌ରେ ସୁପ୍ରିମ୍ କୋର୍ଟରେ ରିଭ୍ୟୁ ପିଟିସନ୍ ଦାଏର କଲେ ୬ ବିରୋଧୀ ଶାସିତ ରାଜ୍ୟ

Image Courtesy of Hindustan Times

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ‘ନ୍ୟାସ୍‌ନାଲ୍‌ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ୍‌ ଟେଷ୍ଟ୍‌ (ନିଟ୍) ଏବଂ ‘ଜଏଣ୍ଟ୍‌ ଏନ୍‌ଟ୍ରାନ୍ସ୍‌ ଏକ୍ଜାମିନେସନ୍’ (ଜେଇଇ) ପରୀକ୍ଷା କରାଇବା ଲାଗି ସୁପ୍ରିମ୍ କୋର୍ଟଙ୍କ ଆଦେଶ ବିରୋଧରେ ଆଜି ଛଅଟି ବିରୋଧୀ ଦଳ ଶାସିତ ରାଜ୍ୟ ଶୀର୍ଷ ଅଦାଲତରେ ରିଭ୍ୟୁ ପିଟିସନ୍ ଦାଏର କରିଛନ୍ତି।

ଅଗଷ୍ଟ ୧୭ ତାରିଖ ଦିନ ସୁପ୍ରିମ୍ କୋର୍ଟଙ୍କର ଏହି ଆଦେଶ ବିରୋଧରେ ରିଭ୍ୟୁ ଆବେଦନ କରିଥିବା ରାଜ୍ୟଗୁଡ଼ିକ ହେଲେ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ପଞ୍ଜାବ ଏବଂ ରାଜସ୍ଥାନ। ଏହି ରାଜ୍ୟଗୁଡ଼ିକର କ୍ୟାବିନେଟ୍‌ ମନ୍ତ୍ରୀମାନେ ମିଳିତଭାବେ ଏହି ଆବେଦନ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, କୋଭିଡ୍-୧୯ ମହାମାରୀ କାରଣରୁ ଉପରୋକ୍ତ ଦୁଇଟି ପରୀକ୍ଷା ବନ୍ଦ ରଖାଯାଉ।

publive-image Image Courtesy of OneIndia

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଅଗଷ୍ଟ ୧୭ ତାରିଖ ଦିନ ଶୀର୍ଷ ଅଦାଲତ ଇଞ୍ଜିନିୟରିଙ୍ଗ୍ ଓ ମେଡିକାଲ୍ କଲେଜ ନିମନ୍ତେ ଏହି ପ୍ରବେଶିକା ପରୀକ୍ଷା ବାତିଲ କରିବାକୁ ଆଗତ ଅନ୍ୟ ଏକ ଆବେଦନ ଖାରଜ କରିଥିଲେ। ଆଦେଶରେ ଶୀର୍ଷ ଅଦାଲତ କହିଥିଲେ, ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ବର୍ଷଟାଏ ନଷ୍ଟ କରାଯାଇ ପାରିବ ନାହିଁ ଏବଂ ଜୀବନ ଅଗ୍ରଗାମୀ ହେବ।

ସେପ୍ଟେମ୍ବର ୧ ରୁ ୬ ମଧ୍ୟରେ ‘ଜେଇଇ’ ଓ ସେପ୍ଟେମ୍ବର ୧୩ରେ ‘ନିଟ୍‌’ ପରୀକ୍ଷା କରାଇବାକୁ ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍ସି’ ନିର୍ଦେଶାବଳୀ ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe