ଶ୍ରୀକାନ୍ତ ତ୍ୟାଗୀକୁ ଧରିବାକୁ ସ୍ପେଶାଲ ଟିମ ଗଠନ ସହ ଅବହେଳା ପାଇଁ ୬ ପୁଲିସ କର୍ମୀଙ୍କୁ ନିଲମ୍ବନ କଲେ ଯୋଗୀ

Advertisment
ଶ୍ରୀକାନ୍ତ ତ୍ୟାଗୀକୁ ଧରିବାକୁ ସ୍ପେଶାଲ ଟିମ ଗଠନ ସହ ଅବହେଳା ପାଇଁ ୬ ପୁଲିସ କର୍ମୀଙ୍କୁ ନିଲମ୍ବନ କଲେ ଯୋଗୀ

ନୋଏଡା: ନୋଏଡାର ଏକ ହାଉସିଙ୍ଗ୍‌ ସୋସାଇଟିରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ଶ୍ରୀକାନ୍ତ ତ୍ୟାଗୀ ବିରୋଧରେ ୟୁପି ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ନେତା ଶ୍ରୀକାନ୍ତ ତ୍ୟାଗୀର ନାମରେ ମାମଲା ରୁଜୁ ହେବା ପରଠାରୁ ସେ ଫେରାର ଥିବାବେଳେ ତାକୁ ଧରାଇଦେଲେ ପୁରସ୍କାର ମିଳିବ ବୋଲି ପୁଲିସ ଘୋଷଣା କରିଛି। ଏଥି ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀକାନ୍ତ ତ୍ୟାଗୀ ମାମଲାରେ ଗୃହ ବିଭାଗରୁ ରିପୋର୍ଟ ମାଗିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି କିଷାନ୍‌ ମୋର୍ଚ୍ଚାର ସଦସ୍ୟ ତ୍ୟାଗୀ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଚାରା ରୋପଣ କଥାକୁ ନେଇ ବିବାଦ ହୋଇଥିଲା।

ସେ ସ୍ଥାନରେ ଚାରା ରୋପଣ ନିୟମ ବିରୁଦ୍ଧ ‌ବୋଲି ମହିଳାଜଣକ ଆପତ୍ତି କରିଥିବା ବେଳେ ତ୍ୟାଗୀ କହିଥିଲେ ଯେ, ଚାରା ଲଗାଇବା ତାଙ୍କ ଅଧିକାରଭୁକ୍ତ। ଏହାପରେ ତ୍ୟାଗୀ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ ହୋଇ ପୁଲିସରେ ଅଭିଯୋଗ ହେବା ଓ ସେ ଦଳର ସଦସ୍ୟ ନୁହନ୍ତି ‌ବୋଲି ‘ବିଜେପି’ ସ୍ପଷ୍ଟ କରିବା ପରେ ତ୍ୟାଗୀ ଫେରାର ହୋଇଯାଇଛନ୍ତି। ଏହି ପ୍ରସଙ୍ଗରେ ସରକାର ଏବଂ ବିଜେପି, ବିରୋଧୀ ଦଳର ଆକ୍ରମଣର ଶିକାର ହୋଇଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମାମଲାରେ ଦୋଷୀ ଅଧିକାରୀ ଏବଂ ପୁଲିସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏପର୍ଯ୍ୟନ୍ତ ଏହି ଘଟଣାରେ ଜଣେ ଇନ୍ସପେକ୍ଟର-ଇନ୍-ଚାର୍ଜ, ଜଣେ ସବ୍-ଇନ୍ସପେକ୍ଟର ଏବଂ ଚାରି ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରି ଉତ୍ତରପ୍ରଦେଶ ପୁଲିସ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ ସୋସାଇଟିରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୀଡିତାଙ୍କୁ ପୁଲିସ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଛି। ଅଭିଯୁକ୍ତ ନେତାଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ତାଙ୍କୁ ଶୀଘ୍ର ଗିରଫ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe