ଆତଙ୍କବାଦୀଙ୍କ ଧମକକୁ ଡରି ୬ ପୁଲିସ୍‌ କର୍ମଚାରୀଙ୍କ ଇସ୍ତଫା ଘଟଣା ମିଥ୍ୟା ଓ ଏହା ଏକ ଅପପ୍ରଚାର : ଗୃହ ମନ୍ତ୍ରାଳୟ

Advertisment
ପାକିସ୍ତାନକୁ ଭାରତୀୟ ସେନାର ଚେତାବନୀ, ଦୃଢ ଜବାବ ପାଇଁ ପ୍ରସ୍ତୁତ ରୁହ

Livemint

ଶ୍ରୀନଗର: ଜମ୍ମୁକଶ୍ମୀରରେ ଆତଙ୍କବାଦୀ ୩ ପୁଲିସ କର୍ମଚାରୀଙ୍କୁ ଅପହରଣ କରି ନେଇ ହତ୍ୟା କରିବା ପରେ ଭୟରେ ୬ଜଣ ପୁଲିସ କର୍ମଚାରୀ ଚାକିରିରୁ ଇସ୍ତଫା ଦେଇଥିବା ଖବର ପ୍ରକାଶ ପାଇଛି। ମାତ୍ର ଏହା ଏକ ‘ଅପପ୍ରଚାର’ ବୋଲି କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ସୋସିଆଲ୍‌ ମିଡିଆରେ ଘୁରି ବୁଲୁଥିବା ୬ ପୁଲିସ କର୍ମଚାରୀଙ୍କ ଚାକିରି ଛାଡ଼ୁଛୁ ବୋଲି କହୁଥିବାର ଭିଡିଓ ନକଲି ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଏହା ଏକ ମିଥ୍ୟା ପ୍ରଚାର ବୋଲି କହିଛି ଜମ୍ମୁ କଶ୍ମୀର ପୁଲିସ୍‌।

ଦକ୍ଷିଣ କଶ୍ମୀରର ସୋପିଆନ୍‌ ଅଞ୍ଚଳରେ ତିନି ଜଣ ପୁଲିସ୍‌କୁ ଆତଙ୍କବାଦୀମାନେ ଅପହରଣ ପରେ ହତ୍ୟା ଘଟଣା ପରେ ସଂପୃକ୍ତ ଅଞ୍ଚଳରୁ ୬ ଜଣ ପୁଲିସ୍‌ କର୍ମଚାରୀ ନିଜର ଇସ୍ତଫା ପତ୍ର ଦାଖଲ କରି ସାରିଲେଣି ବୋଲି ଖବର ପ୍ରକାଶ ପାଇଛି। ଏଥି ସହ ସେମାନେ ଭୟବଶତଃ ଜଣ ଜଣ କରି ପୁଲିସ୍‌ ଚାକିରି ଛାଡ଼ିବାର ପ୍ରମାଣ ସହ ସୋସିଆଲ୍‌ ମିଡିଆରେ ଭିଡିଓ ଅପ୍‌ଲୋଡ କରିଥିବା ସୂଚନା ମିଳିଥିଲା। ଭୟବଶତଃ ଜଣ ଜଣ କରି ଛଅ ଜଣ ପୁଲିସ୍‌ ଚାକିରି ଛାଡ଼ିବା ସହ ସୋସିଆଲ୍‌ ମିଡିଆରେ ଭିଡିଓ ଅପ୍‌ଲୋଡ କରି ପ୍ରମାଣ ଦେଇଛନ୍ତି। ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ପକ୍ଷରୁ ‘ଇସ୍ତଫା ଦିଅ ନଚେତ ମର’ ବୋଲି ଏକ ଭିଡିଓ ପୋଷ୍ଟ୍‍ ହୋଇଥିବା ବେଳେ ଏହାକୁ ଭୟ କରି ପୁଲିସ କର୍ମଚାରୀ ଏପରି ପଦକ୍ଷେପ ନେଇଥିବା ଆଲୋଚନା ହୋଇଥିଲା।

publive-image english.samajalive.in

ପୂର୍ବରୁ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ପକ୍ଷରୁ ପୁଲିସ୍‌ କର୍ମଚାରୀମାନଙ୍କୁ ଚାକିରି ଛାଡ଼ିବା ପାଇଁ ଧମକ ଦିଆ ଯାଇଥିଲା। ଚାକିରି ଛାଡ଼ିବା ସହ ଏକ ପ୍ରମାଣ ସହ ଫେସ୍‌ବୁକ୍‌ରେ ଛାଡ଼ିବା ପାଇଁ ମଧ୍ୟ କୁହାଯାଇଥିଲା। ଏପରି ନକଲେ ଆତଙ୍କବାଦୀମାନେ ପୁଲିସ୍‌ କର୍ମୀଙ୍କ ପରିବାର ଲୋକଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ।

ଗତ ଶୁକ୍ରବାର ସୋପିିଆନ୍‌ଠାରେ ଥିବା ନିଜ ଘରୁ ତିନି ଜଣ ସ୍ୱତନ୍ତ୍ର ପୁଲିସ୍‌ ଅଧିକାରୀ(ଏସ୍‌ପିଓ) ଏବଂ ପୁଲିସ୍‌ କନଷ୍ଟେବଲ୍‌ଙ୍କୁ ଅପହରଣ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସୋପିଆନ୍‌ ଅଞ୍ଚଳର ଏକ ବଗିଚାରୁ ୩ ଜଣ ପୁଲିସ୍‌ଙ୍କର ମୃତଦେହ ମିଳିଥିଲା। ସେମାନଙ୍କ ଶରୀରର ଗୁଳି ବାଜିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe