ଚୀନ୍‌ ଉପରେ ନଜର ପାଇଁ ସୁରକ୍ଷା ଏଜେନ୍ସିକୁ ଲୋଡ଼ା ୬ ଉପଗ୍ରହ

ଚୀନ୍‌ ଉପରେ ନଜର ପାଇଁ ସୁରକ୍ଷା ଏଜେନ୍ସିକୁ ଲୋଡ଼ା ୬ ଉପଗ୍ରହ

Union of Concerned Scientists

ନୂଆଦିଲ୍ଲୀ: ଚୀନ୍‌ ଉପରେ ନଜର ରଖିବାକୁ ଭାରତୀୟ ସୁରକ୍ଷା ଏଜେନ୍‌ସିଗୁଡ଼ିକ ଏବେ ୬ଟି ଉପଗ୍ରହ ଆବଶ୍ୟକ କରୁଛନ୍ତି। ଚୀନ୍‌ ଉପରେ କେବଳ ଅହରହ ନଜର ରଖିବାକୁ ଅତି କମ୍‌ରେ ୪ରୁ ୬ଟି ଉପଗ୍ରହ ଲୋଡ଼ା ଥିବାରୁ ସରକାର ଏଦିଗରେ ତତ୍ପରତାର ସହ କାମ ଆରମ୍ଭ କରିଛନ୍ତି। ଚୀନ୍‌ ସେନା ଏଲ୍‌ଏସି ନିକଟରେ ସିନ୍‌ଜିଆଙ୍ଗ୍‌ ଅଂଚଳରେ ସାମରିକ ଅଭ୍ୟାସ ଆଳରେ ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରିଛି। ଚୀନ୍‌ ଏବେ ଏଲ୍‌ଏସିରେ ପ୍ରାୟ ୪୦ ହଜାର ସୈନିକ ମହଜୁଦ୍‌ ରଖିଥିବା ଜଣାପଡ଼ିଛି।

ସମଗ୍ର ଚୀନ୍‌ ସୀମାରେ ଏହାର ଗତିବିଧି ଉପରେ ଉପଗ୍ରହ ମାଧ୍ୟମରେ ନଜର ରଖାଯାଉଥିଲେ ମଧ୍ୟ ବ୍ୟାପକ ଭାବେ ହ ନଜର ରଖିବା ପାଇଁ ୬ଟି ଉପଗ୍ରହ ସ୍ବତନ୍ତ୍ର ଭାବେ ନିୟୋଜିତ କରିବାକୁ ଯୋଜନା ହେଉଛି। ଗଲୱାନ ଘାଟିରେ ଉଭୟ ସେନା ମଧ୍ୟରେ ସଂଘର୍ଷ ପରେ ଚୀନ୍‌ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe