ଓଡ଼ିଶା ଟ୍ରେନ ଦୁର୍ଘଟଣା ଯୋଗୁ ୬ ଟ୍ରେନ ବାତିଲ

କେତେକ ଟ୍ରେନର ଗତିପଥ ବଦଳାଯାଇଛି

ଓଡ଼ିଶା ଟ୍ରେନ ଦୁର୍ଘଟଣା ଯୋଗୁ ୬ ଟ୍ରେନ ବାତିଲ

aajtak

ଭୁବନେଶ୍ବର: ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ରାତି ପ୍ରାୟ ସଢ଼େ ୬ଟାରେ ସାଲିମାର – ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସର କେତୋଟି ବଗି ଟ୍ରାକରୁ ଖସି ଯାଇଥିବାବେଳେ ବିପରୀତ ଦିଗରୁ ଆସୁଥିବା ବାଙ୍ଗାଲୋର – ହାୱାଡା ଏକ୍ସପ୍ରେସ ଧକ୍କା ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଉକ୍ତ ଘଟଣାରେ ପ୍ରାୟ ୫୦ ‌ଲୋକଙ୍କ ମୃତ୍ୟୁ ସୂଚନା ମିଳିଥିବାବେଳେ ପ୍ରାୟ ୩୫୦ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି।

ଉକ୍ତ ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୧୦୦ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିବାବେଳେ ପ୍ରାୟ ୫୦ ବସକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଖଡଗପୁର- ଭଦ୍ରକ ସେକ୍ସନର ବାହାନଗା ଦେଇ ଟ୍ରେନ ଆସିବା ସମ୍ଭବ ହୋଇନଥିବାରୁ ପ୍ରାୟ ୬ଟି ଟ୍ରେନକୁ ବାତିଲ କରାଯାଇଛି। ଆଉ ୫ଟି ଟ୍ରେନର ଗତିପଥ ବଦଳାଯାଇଛି। ୧୨୮୩୭ ପୁରୀ ଏକ୍ସପ୍ରେସ, ୧୨୮୬୩ ଯସବନ୍ତପୁର ଏକ୍ସପ୍ରେସ, ସାନ୍ତରାଗାଛି – ପୁରୀ ସ୍ପେଶାଲ ୦୨୮୩୭, ସାଲିମାର – ସମ୍ବଲପୁର ୨୦୮୩୧, ଚେନ୍ନାଇ ମେଲ ୧୨୮୩୯ ଟ୍ରେନ ବାତିଲ କରି ଦିଆଯାଇଛି। ସେହିପରି ୨୨୮୦୭ ନଂ. ବିସିକେ ଟ୍ରେନର ଗତିପଥ ବଦଳାଯାଇ ଟାଟା ପଟେ ଛଡାଯାଇଛି। ସେହିପରି ୨୨୮୭୩ ନଂ. ପିକେୟୁର ଗତିପଥକୁ ଟାଟା ଦେଇ ଛଡାଯାଇଛି। ସେହିପରି ୧୮୪୦୯ ନଂ. ୟୁଏଲବି ଟ୍ରେନର ଗତିପଥକୁ ଟାଟା ଦେଇ ବଦଳାଯାଇଛି। ସେହିପରି ଭଦ୍ରକ ପଟୁ ଯାଉଥିବା ୧୫୯୨୯ ଆରଏନଟିଏଲ ଟ୍ରେନକୁ ଭଦ୍ରକକୁ ଫେରାଇ ଅଣାଯାଇଛି ବୋଲି ରେଳବାଇ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe