ଆତଙ୍କବାଦୀଙ୍କ ଗୁଳିର ସାମ୍ନା କରି ଯବାନଙ୍କ ଜୀବନ ବଞ୍ଚାଇ ସହିଦ ହେଲା କୁକୁର

ଆତଙ୍କବାଦୀଙ୍କ ଗୁଳିର ସାମ୍ନା କରି ଯବାନଙ୍କ ଜୀବନ ବଞ୍ଚାଇ ସହିଦ ହେଲା କୁକୁର

ନୂଆଦିଲ୍ଲୀ: ଦେଶ ପାଇଁ ଜୀବନ ଦେଲା କୁକୁର। ଆତଙ୍କବାଦୀଙ୍କ ଗୁଳିକୁ ଭୟ ନକରି ସାମ୍ନାକୁ ବଢ଼ି ସାଥୀଯବାନଙ୍କ ଜୀବନ ବଞ୍ଚାଇ ସହିଦ ହୋଇଛି କୁକୁର ‘କେଣ୍ଟି’।

ଜଣେ ଯବାନଙ୍କ କହିବାନୁସାରେ,  ଆତଙ୍କବାଦୀଙ୍କୁ ଖୋଜୁଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଏହି ସମୟରେ କେଣ୍ଟ ନିଜ ଜୀବନକୁ ଖାତିର ନକରି ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ଆଗକୁ ଆଗକୁ ବଢ଼ି ଚାଲିଥିଲା। ଯେମିତି କି ସେ ଆମ ପାଇଁ ବିପଦ କବଚ ସାଜିଛି। କେଣ୍ଟ ନିଜେ ଆଗକୁ ବଢ଼ୁଥିବା ବେଳେ ଆମକୁ ଆଗକୁ ବଢ଼ିବାକୁ ଦେଉ ନଥିଲା। ସେ ଆଗକୁ ଯାଇ ଯେତେବେଳେ ଜାଣେ ଆମ ଜୀବନ ପ୍ରତି ବିପଦ ନାହିଁ ତା’ପରେ ଯାଇ ଯିବାକୁ ଦିଏ।

ଏତିକି ବେଳେ ଆତଙ୍କବାଦୀଙ୍କ ଏକ ଗୁଳି କେଣ୍ଟ୍ ଶରୀରରେ ଆସି ବାଜିଥିଲା। ଆଉ ସେ ଘଟଣାସ୍ଥଳରେ ହଁ ଟଳି ପଡ଼ିଥିଲା। ତେବେ ସେ ଯଦି ଏହି ଗୁଳିର ସାମ୍ନା କରି ନଥାଆନ୍ତା  ତାହାଲେ ତା’ ସହିତ ଥିବ‌ା ହ୍ୟାଣ୍ଡେଲର୍ ଏବଂ ସାଥୀ ଯବାନଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଥିଲା।

ତେବେ କେଣ୍ଟର ମୃତ ଶରୀରକୁ ଦେଖିଲେ ସେ ଯେମିତି ହସିହସି ଦେଶ ପାଇଁ ଜୀବନ ଦେଇ ଦେଇଛି ଭଳି ଅନୁଭବ ହେଉଛି। ଆମର ଟିମ କେଣ୍ଟକୁ ସବୁଦିନ ମନେ ରଖିବ। ତାହାର ସ୍ଥାନ କେହି ନେଇ ପାରିବେ ନାହିଁ।’

ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂ ଏହି ଘଟଣାକୁ ନେଇ କହିଛନ୍ତି, ‘ ଜମ୍ମୁକାଶ୍ମୀର ରଜୋରୀ ଜିଲ୍ଲାର ଏକ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ବି‌‌‌ଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ମିଳିବା ପରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ।  ଏହି ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ କିଛି ସଂଦିଗ୍ଧ ଲୋକଙ୍କ ଉପରେ ନଜର ପଡ଼ିବାରୁ ସେନା ଗୁଳି କରିବା ଆରମ୍ଭ କରିଥିଲା । କିନ୍ତୁ ସେମାନେ ସେଠାରୁ  ଖସି ପଳାଇଥିଲେ ।

ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା।  ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ୨୧ଟି ଡଗ୍ ୟୁନିଟିକୁ ଏହି ସର୍ଚ୍ଚ ଅପରେସନରେ ସାମିଲ କରାଯାଇଥିଲା । ଗୋଟିଏ ୟୁନିଟ୍ ସେନାଙ୍କ ନେତୃତ୍ୱ ନେଇଥିଲା କୁକୁର କେଣ୍ଟ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe