ପ୍ରଚଣ୍ଡ ଖରାରେ ୧୦କିମି ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଯାଇଥିଲା ୬ବର୍ଷର ଶିଶୁ, ପାଣି ନମିଳିବାରୁ ଉଡ଼ିଗଲା ପ୍ରାଣବାୟୁ

Advertisment
ପ୍ରଚଣ୍ଡ ଖରାରେ ୧୦କିମି ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଯାଇଥିଲା ୬ବର୍ଷର ଶିଶୁ, ପାଣି ନମିଳିବାରୁ ଉଡ଼ିଗଲା ପ୍ରାଣବାୟୁ

ଜାଲୋର: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଟାଣ ଖରାରେ ଯାଉଥିବା ବେଳେ ପାଣି ନମିଳିବାରୁ ଜଣେ ୬ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବାର ଦୁଃଖଦ ଖବର ଆସିଛି। ମୃତ ଶିଶୁର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି।

ସୂଚନା ଅନୁସାରେ, କରୋନା କଟକଣା ଯୋଗୁଁ ଗାଡିମୋଟର ଚଳାଚଳ ଠପ ହୋଇଯାଇଛି। ଏହି କାରଣରୁ ୬୦ ବର୍ଷୀୟ ସୁଖୀ ଦେବୀ ପାଗ କୋହଲା ଥିବାରୁ ନାତୁଣୀ ଅଞ୍ଜଳିଙ୍କ ସହ ସିରୋହି ନିକଟସ୍ଥ ରାୟପୁରରୁ ରାନିୱାଡା ଅଞ୍ଚଳର ଡୁଙ୍ଗ୍ରିସ୍ଥିତ ଭଉଣୀ ଘରକୁ ପାଦରେ ଚାଲିଚାଲି ଯାଉଥିଲେ।

publive-image navbharattimes

ପ୍ରାୟ ୧୦ କିଲୋମିଟର ପାଖାପାଖି ଚାଲିବା ପରେ ଖରା ବହୁତ ଟାଣ ହୋଇ ଯାଇଥିଲା। ଉଭୟ ଥକି ପଡିଥିଲେ । ସୁଖୀ ଦେବୀ ନାତୁଣୀ ଅଞ୍ଜଳିଙ୍କୁ ପ୍ରବଳ ଶୋଷ ହୋଇଥିଲା। ସେମାନେ ସାଥୀରେ ପାଣି ବୋତଲ ବି ନେଇ ନଥିଲେ କି ତାଙ୍କୁ ସେଠାରେ କୌଣସି ସ୍ଥାନରେ ପାଣି ମିଳି ନଥିଲା ।

ଶେଷରେ ଶୋଷ ସହି ନପାରି ୬ ବର୍ଷୀ ଶିଶୁ ଅଞ୍ଜଳିର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହାପରେ ବୃଦ୍ଧା ଜଣକ ଚେତାଶୂନ୍ୟ ହୋଇ ରାସ୍ତାରେ ପଡି ଯାଇଥିଲେ । ରାସ୍ତାରେ ଯାଉଥିବା କିଛି ଲୋକ ବୃଦ୍ଧାଙ୍କ ଏପରି ଅବସ୍ଥା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ପାଣି ଦେବା ସହିତ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe