ଭାରତରେ ୬୦% ଗର୍ଭପାତ ଅସୁରକ୍ଷିତ

ଭାରତରେ ୬୦% ଗର୍ଭପାତ ଅସୁରକ୍ଷିତ

Photo Courtesy of India. com

ନୂଆଦିଲ୍ଲୀ: ଗତ ୪୬ ବର୍ଷ ହେବ ଗର୍ଭପାତକୁ ବୈଧ କରାଯାଇଥିଲେ ମଧ୍ୟ ଭାରତରେ କରାଯାଉଥିବା ପ୍ରାୟ ୬୦% ଗର୍ଭପାତ ପଦ୍ଧତି ଅସୁରକ୍ଷିତ। ଏହି ଅସୁରକ୍ଷିତ ଗର୍ଭପାତ ଅନୁପାତ ବେଆଇନ ଗର୍ଭପାତ କରାଯାଉଥିବା ଦେଶର ପାଖାପାଖି। ଡାକ୍ତରଖାନାର ସୁବିଧା ନ ମିଳିବା, ଗର୍ଭପାତ ସମ୍ପର୍କୀୟ ସଚେତନତାର ଅଭାବ ଏବଂ ଲଜ୍ଜା ଯୋଗୁଁ ମୁଖ୍ୟତଃ ଏପରି ଅସୁବିଧା ଘଟୁଛି ବୋଲି ଆନ୍ତର୍ଜାତିକ ମେଡିକାଲ୍‌ ଜର୍ଣ୍ଣାଲ୍‌ ‘ଲାନ୍‌ସେଟ୍‌’ରେ ପ୍ରକାଶିତ ଏକ ସଦ୍ୟତମ ଅଧ୍ୟୟନରୁ ଜଣା ପଡ଼ିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଗଟ୍‌ମ୍ୟାଚର୍‌ ଇନ୍‌ଷ୍ଟିଚ୍ୟୁଟ୍‌ କରିଥିବା ଏହି ମିଳିତ ଅଧ୍ୟୟନ ଦର୍ଶାଏ ଯେ କଠୋର ଗର୍ଭପାତ ଆଇନ ପ୍ରଚଳିତ ପ୍ରାୟ ୬୨ଟି ଦେଶରେ କରାଯାଉଥିବା ଗର୍ଭପାତରୁ ଶତକଡ଼ା ୭୫ ଭାଗ ଅସୁରକ୍ଷିତ। କିନ୍ତୁ, ଗର୍ଭପାତକୁ ଆଇନ ଅନୁମୋଦିତ କରାଯାଇଥିବା ୫୭ଟି ଦେଶରେ ମାତ୍ର ଶତକଡ଼ା ୧୩ ଭାଗ ଅସୁରକ୍ଷିତ ଗର୍ଭପାତ ହୋଇଥାଏ। ସେ ଯାହାହେଉ, ଭାତରରେ ଅସୁରକ୍ଷିତ ଗର୍ଭପାତ ସଂଖ୍ୟା ତୀବ୍ର ଗତିରେ ବଢ଼ି ଚାଲିଛି। ଗର୍ଭପାତକୁ ଆଇନ ସମ୍ମତ କରାଯାଇଥିବା ଦେଶରେ ଘଟୁଥିବା ଅସୁରକ୍ଷିତ ଗର୍ଭପାତ ସଂଖ୍ୟା ତୁଳନାରେ ଭାରତରେ ହେଉଥିବା ଅସୁରକ୍ଷିତ ଗର୍ଭପାତର ସଂଖ୍ୟାରେ ଯଥେଷ୍ଟ ତାରତମ୍ୟ ରହୁଛି।

ବିକାଶଶାଳୀ ଦେଶଗୁଡ଼ିକରେ ଅସୁରକ୍ଷିତ ଗର୍ଭପାତ ଶତକଡ଼ା ୯୭ ଭାଗ।

ତାଲିମପ୍ରାପ୍ତ ହେଲ୍‌ଥ୍‌ କେୟାର୍‌ କର୍ମୀ, ଧାଈ ଏବଂ ଆୟୁଷ ଡାକ୍ତର ନିଯୁକ୍ତି ଦେଇ ସୁବିଧା ଯୋଗାଇ ଦେବାକୁ ସରକାରଙ୍କ ପ୍ରସ୍ତାବ ଭାରତରେ ଅସୁରକ୍ଷିତ ଗର୍ଭପାତ ସଂଖ୍ୟା ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଅସୁରକ୍ଷିତ ଗର୍ଭପାତ ଅନୁପାତ ହ୍ରାସ କରିବା ପାଇଁ ଭାରତ ପ୍ରମୁଖ ନୀତି ଏବଂ ନିର୍ଦ୍ଧାରିତ କାର୍ଯ୍ୟଧାରାରେ ପଦକ୍ଷେପ ନେବା ଉଚିତ। ତୁରନ୍ତ ସରକାର ପ୍ରସ୍ତାବିତ ଏମ୍‌ଟିପି ଆକ୍ଟ୍‌ ସଂଶୋଧନ କରିବା ଉଚିତ।

ସୁବିଧା ସୁଯୋଗର ବିକାଶ ପାଇଁ ସଂଶୋଧିତ ପ୍ରସ୍ତାବ କାର୍ଯ୍ୟକାରୀ କରା ନ ଗଲେ ଦେଶର ପୁରପଲ୍ଲୀରେ ବସବାସ କରୁଥିବା ମହିଳାମାନଙ୍କ ନିମନ୍ତେ ନିରାପଦ ଗର୍ଭପାତ ସକାର ହୋଇ ପାରିବ ନାହିଁ ବୋଲି ଇପାସ୍‌ ଡେଭେଲପ୍‌ମେଣ୍ଟ୍‌ ଫାଉଣ୍ଡେସନ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ବିନୋଜ ମ୍ୟାନିଙ୍ଗ୍‌ କହିଛନ୍ତି।
ଅଧ୍ୟୟନରୁ ହସ୍ତଗତ ହୋଇ ଥିବା ତଥ୍ୟ ଅନୁସାରେ, ୨୦୧୦ ରୁ ୨୦୧୪ ମଧ୍ୟରେ ବିଶ୍ୱବ୍ୟାପୀ ସମୁଦାୟ ୫୫. ୭ ନିୟୁତ ଗର୍ଭପାତ କରାଯାଇଛି। ଏଥିରୁ ୩୦. ୬ ନିୟୁତ ଗର୍ଭପାତ ସୁରକ୍ଷିତ ହୋଇଛି ବୋଲି ଆକଳନ କରାଯାଇଥିବାବେଳେ ୧୭. ୧ ନିୟୁତ ଥିଲା କମ୍‌ ନିରାପଦ ଏବଂ ୮ ନିୟୁତ ସମ୍ପୂର୍ଣ୍ଣ ଅସୁରକ୍ଷିତ।

ତେଣୁ, ୨୦୧୦ରୁ ୨୦୧୪ ମଧ୍ୟରେ ବର୍ଷକୁ ୨୫. ୧ ନିୟୁତ ଗର୍ଭପାତ ଥିଲା ଅସୁରକ୍ଷିତ। ସେଥିରୁ ଶତକଡ଼ା ୯୭ ଭାଗ ଅଥବା ୨୪. ୩ ନିୟୁତ ଅସୁରକ୍ଷିତ ଗର୍ଭପାତ କରାଯାଇଛି ବିକାଶଶାଳୀ ଦେଶମାନଙ୍କରେ।

ଏହି ଅଧ୍ୟୟନର ଅନ୍ୟତମ ଗବେଷକ ଗଟ୍‌ମ୍ୟାଚର୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଶୁଶୀଳା ସିଂହଙ୍କ ମତରେ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଏବଂ ଭାରତ ଆଦି ଦେଶ ସମ୍ବଳିତ ଦକ୍ଷିଣ କେନ୍ଦ୍ରୀୟ ଏସୀୟ ଅଞ୍ଚଳରେ ହାରାହାରି ଅସୁରକ୍ଷିତ ଗର୍ଭପାତ ସଂଖ୍ୟା ଶତକଡ଼ା ୫୮ ଭାଗ।

ଅବଶ୍ୟ ଅଳ୍ପ କେତେ ବର୍ଷ ହେବ ଭାରତରେ ଏହି ପରିସ୍ଥିତି କିଛି ପରିମାଣରେ ଶୁଧୁରିଛି। କିନ୍ତୁ, ଭାରତରେ ଅସୁରକ୍ଷିତ ଗର୍ଭପାତର ଧାରା ଅଧିକ ହୋଇ ରହିଛି।

ଅସୁରକ୍ଷିତ ଗର୍ଭପାତ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଏହି ଗବେଷଣା ପର୍ଯ୍ୟବେଶିତ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe