ଇରାନ୍‌ରେ ଅଭାବନୀୟ କାଣ୍ଡ : ଚିକିତ୍ସା ପାଇଁ ପିଇଲେ ବିଷାକ୍ତ ମଦ, ୬୦୦ ମୃତ

Advertisment
ଏହି କ୍ରିକେଟର କରୋନା ପଜିଟିଭ ଚିହ୍ନଟ, ଟ୍ୱିଟ୍ କରି ଲେଖିଲେ ମନର କଥା

newsfeeds.media

ତେହରାନ : କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ଗୁଜବର ଶିକାର ହୋଇ ବିଷାକ୍ତ ମଦ ପିଇବା ଯୋଗୁଁ ଇରାନ୍‌ରେ ପ୍ରାୟ ୬୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏତେ ସଂଖ୍ୟାକ ଲୋକ ବିଷାକ୍ତ ମଦ ପିଇ ଗୋଟିଏ ଦିନରେ ପ୍ରାଣ ହରାଇବା ପରେ ହାହାକାର ସୃଷ୍ଟି ହୋଇଛି। ପ୍ରାୟ ୩ ହଜାର ଲୋକଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ଶତାଧିକ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ରହିଥବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ମଦ୍ୟପାନ କରୋନାର ଚିକିତ୍ସା ନୁହେଁ ବୋଲି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଚାର ସତ୍ତ୍ବେ ଲୋକେ ଏହାକୁ ଗ୍ରହଣ କରିନଥିଲେ ଏବଂ ଗୁଜବକୁ ସତ ବୋଲି ଧରିନେଇ ବିଷାକ୍ତ ମଦ ସଂଗ୍ରହ କରି ପିଇଥିଲେ। ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଇରାନ୍‌ ସରକାର ଘୋଷଣା କରିଛନ୍ତି। ଦେଶରେ କରୋନାରେ ଆକ୍ରାନ୍ତ ହୋଇ ଏ ପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୨୫୮୯ ଜଣ ଏବେ ବି ସଂକ୍ରମିତ ଅଛନ୍ତି। ଲକ୍ଷାଧିକ ଲୋକଙ୍କୁ ଏବେ କ୍ବାରାଣ୍ଟିନ୍‌ରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe