ଦୁଷ୍କର୍ମ ଅଭିଯୁକ୍ତ ଦାତି ମହାରାଜଙ୍କ ଆଶ୍ରମରୁ ୬୦୦ ଝିଅ ନିଖୋଜ

Advertisment
ଦୁଷ୍କର୍ମ ଅଭିଯୁକ୍ତ ଦାତି ମହାରାଜଙ୍କ ଆଶ୍ରମରୁ ୬୦୦ ଝିଅ ନିଖୋଜ

ନୂଆଦିଲ୍ଲୀ: ଜଣେ ୨୫ ବର୍ଷୀୟ ଯୁବତୀଙ୍କ ଦ୍ୱାରା ଦୁଷ୍କର୍ମ ଦୁଷ୍କର୍ମ ଅଭିଯୁକ୍ତ ଦାତି ମହାରାଜଙ୍କ ଆଶ୍ରମରୁ ପ୍ରାୟ ୬୦୦ ଝିଅ ନିଖୋଜ ହୋଇ ଯାଇଛନ୍ତି। ଦାତି ମହାରାଜଙ୍କ ରାଜସ୍ଥାନ ଅନ୍ତର୍ଗତ ଅଲାଓ୍ଵାସ୍‌ ଆଶ୍ରମର ଉକ୍ତ ଝିଅମାନେ ନିରୁଦ୍ଦେଶ ହୋଇଥିବା ଜଣାପଡ଼ିଛି। ଏବେ ଆଶ୍ରମରେ ମାତ୍ର ୧୦୦ ଜଣ ଝିଅ ଅଛନ୍ତି।

ଦାଦି ମହାରାଜ ଦାବି କରିଥିଲେ କି, ତାଙ୍କ ଆଶ୍ରମରେ ଅନ୍ୟୂନ ୭୦୦ ଝିଅ ଥିଲେ। ଏବେ ସେ ଝିଅମାନେ କୁଆଡ଼େ ଗଲେ ପୁଲିସ ତଦନ୍ତ କରୁଛି। ଦୁଷ୍କର୍ମ ଅଭିଯୁକ୍ତ ବାବା ସେମାନଙ୍କୁ ଆଶ୍ରମ ବାହାରକୁ ପଠାଇ ଦେଇଛନ୍ତି ନା, ସେମାନେ ଲମ୍ବା ଛୁଟିରେ ଘରକୁ ଯାଇଛନ୍ତି ତାହା ଜଣା ପଡୁନାହିଁ।

ଦାତି ମହାରାଜ ନିଜେ ମଧ୍ୟ ଆଶ୍ରମରୁ ନିରୁଦ୍ଦେଶ ହୋଇ ଯାଇଛନ୍ତି। କ୍ରାଇମ୍‌ ବ୍ରାଞ୍ଚ୍‌ ତାଙ୍କୁ ଖୋଜାଖୋଜି କରୁଛି।

ପ୍ରାୟ ଏକ ଦଶନ୍ଧି ହେବ ଦାତି ମହାରାଜଙ୍କ ଶିଷ୍ୟା ଥିବା କଥା ଜଣେ ୨୫ ବର୍ଷୀୟ ଯୁବତୀ ଦାବି କରିବା ପରେ ଏ ସବୁ ଜଣାପଡ଼ିଲା। ବାବା ଓ ତାଙ୍କର ଦୁଇ ଚେଲାଙ୍କ ଦ୍ୱାରା ଦୁଷ୍କର୍ମର ସରବ୍ୟ ହେବା ପରେ ସେ ଯୁବତୀ ଆଶ୍ରମରୁ ଖସି ଆସିଥିଲେ।

ସେ ଯୁବତୀ ଅଭିଯୋଗ କରୁଛନ୍ତି ଯେ, ଶିଷ୍ୟାମାନଙ୍କୁ ଜବରଦସ୍ତି ବାବାଙ୍କ ପ୍ରକୋଷ୍ଠକୁ ପଠାଇ ଦିଆଯାଏ। ଯଦି ସେ ଯୁବତୀ ମନା କରନ୍ତି, ଅନ୍ୟ ଶିଷ୍ୟାମାନେ ତାଙ୍କ ସହ ଶୋଉଛନ୍ତି ବୋଲି ବାବା ତାଙ୍କୁ କୁହନ୍ତି। ଦିଲ୍ଲୀ ଏବଂ ରାଜସ୍ଥାନରେ ଥିବା ବାବାଙ୍କ ଆଶ୍ରମରେ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ଉକ୍ତ ଯୁବତୀଜଣକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe