ଇରାନ୍‌ରୁ ୬,୦୦୦ ଭାରତୀୟଙ୍କୁ ଆଣିବା ପ୍ରକ୍ରିୟା ଜାରି

Advertisment
ଇରାନ୍‌ରୁ ୬,୦୦୦ ଭାରତୀୟଙ୍କୁ ଆଣିବା ପ୍ରକ୍ରିୟା ଜାରି

NDTV

ନୂଆଦିଲ୍ଲୀ : କରୋନା ପ୍ରଭାବିତ ଇରାନ୍‌ର ବିଭିନ୍ନ ପ୍ରଦେଶରେ ୬,୦୦୦ରୁ ଅଧିକ ଭାରତୀୟ ରହିଛନ୍ତି। ଇରାନ୍‌ରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସେଠାରେ ଫସିଥିବା ଭାରତୀୟମାନଙ୍କୁ ଫେରାଇ ଆ‌ଣିବା‌ପାଇଁ ଉଦ୍ୟମ ଜାରି ରହିଛି ବୋଲି ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ସଂସଦରେ କହିଛନ୍ତି। ଅନ୍ୟପ‌କ୍ଷେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜୟଶଙ୍କର ଏହାକୁ ଚିନ୍ତାଜନକ ବୋଲି କହିଛନ୍ତି। ମିଳିଥିବା ସୂଚନାନୁଯାୟୀ ଇରାନ୍‌‌ରେ ଥିବା ୬,୦୦୦ ଭାରତୀୟଙ୍କ ମଧ୍ୟରୁ ୧,୧୦୦ ଜଣ ଲଦାଖ୍‌ , ଜମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ସେହିପରି ଜମ୍ମୁ କାଶ୍ମୀରରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀ କେରଳ , ତାମିଲନାଡ଼ୁ ଏବଂ ଗୁଜରାଟରୁ ପ୍ରାୟ ୧୦୦୦ ମତ୍ସ୍ୟଜୀବୀ ଇରାନ୍‌ରେ ଅଛନ୍ତି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ଭାରତର ଚିନ୍ତା ବଢ଼ିଛି। ଏଯାବତ୍‌ ସରକାର ଇରାନ୍‌ରେ ଥିବା ଭାରତୀୟଙ୍କର ୫୨୯ଟି ନମୁନା ପାଇଛନ୍ତି ଏବଂ ଏଥି ମଧ୍ୟରୁ ୨୯୯ଟି ନମୁନା ନେଗେଟିଭ୍‌ ଆସିଛି। ଇରାନ୍‌ରେ ଥିବା ଭାରତୀୟମାନଙ୍କୁ ଫେରାଇ ଆଣିବାପାଇଁ ୨ ଦିନ ମଧ୍ୟରେ ୩ଟି ବିମାନ ପଠାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe