ଦିନକରେ ଲକ୍ଷେ ୬୦ ହଜାର, ବ୍ରାଜିଲ୍‌, ରୁଷ୍‌ ଓ ଭାରତ ସଂକ୍ରମଣର ନୂଆ ହଟ୍‌ସ୍ପଟ୍‌

ବ୍ରାଜିଲ୍‌‌ରେ ଦିନକରେ ୨୦,୦୦୦ ମାମଲା

ଦିନକରେ ଲକ୍ଷେ ୬୦ ହଜାର, ବ୍ରାଜିଲ୍‌, ରୁଷ୍‌ ଓ ଭାରତ ସଂକ୍ରମଣର ନୂଆ ହଟ୍‌ସ୍ପଟ୍‌

Image Source: Zee News

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ସଂକ୍ରମଣ ମାମଲା ଏବେ ଆଶାତୀତ ଭାବେ ବଢ଼ିଚାଲିଛି। ଗତକାଲି ଗୋଟିଏ ଦିନରେ ସବୁଠୁ ଅଧିକ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ରିପୋର୍ଟ ଅନୁଯାୟୀ ଦିନକରେ ୧ ଲକ୍ଷ ୬ ହଜାର ୬୬୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଭାଇରସ୍‌ ଆରମ୍ଭ ହେବା ପରଠାରୁ ଏଯାବତ୍‌ ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣ। ବିଶ୍ବରେ ମୃତ୍ୟୁସଂଖ୍ୟା ୩ ଲକ୍ଷ ୨୫ ହଜାର ଏବଂ ଆକ୍ରାନ୍ତ ସଂଖ୍ୟା ୫୦ ଲକ୍ଷ ଟପିବାରେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ‌ଟେଡ୍ରୋସ୍‌ ଆଦାନମ୍‌ କହିଛନ୍ତି, ଖୁବ୍‌ କମ୍‌ ଏବଂ ମଧ୍ୟମ ‌ରୋଜଗାର ଥିବା ରାଷ୍ଟ୍ର ଗୁଡ଼ିକର ସ୍ଥିତିକୁ ନେଇ ଖୁବ୍‌ ଚିନ୍ତା ପ୍ରକଟ କରାଯାଉଛି। ମହାମାରୀରେ ଆମକୁ ଆହୁରି ଅଧିକ ଲମ୍ବା ବାଟ ଯିବାକୁ ଅଛି ବୋଲି ଟେଡ୍ରୋସ୍‌ କହିଛନ୍ତି ।

ବିଶ୍ବରେ ମାମଲା ୪୦ ଲକ୍ଷରୁ ୫୦ ଲକ୍ଷରେ ପହଞ୍ଚିବାପାଇଁ ୧୨ ଦିନ ଲାଗିଛି। ତେବେ ପୂର୍ବରୁ ସଂକ୍ରମଣ ମାମଲା ୩୦ ଲକ୍ଷରୁ ୪୦ ଲକ୍ଷ ହେବାପାଇଁ ୧୧ ଦିନ ଲାଗିଥିଲା। ଇଟାଲି ଏବଂ ସ୍ପେନ୍‌ ପରି ଅତି ପ୍ରଭାବିତ ରାଷ୍ଟ୍ରଗୁଡ଼ିକରେ ଧୀରେଧୀରେ ସ୍ଥିତି ସୁଧୁରୁଛି କିନ୍ତୁ ଏଠାରେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ସତର୍କ କରାଯାଇଛି। ତେବେ ବିଶ୍ବରେ ଏବେ ସଂକ୍ରମଣ ସଂଖ୍ୟା ନ୍ୟୁଜିଲାଣ୍ଡ୍‌ର ଜନସଂଖ୍ୟା ସହ ସମାନ। ବୁଧବାର ଦିନ ବିଶ୍ବ‌ରେ ମୃତ୍ୟୁହାର ୧୪.୨୩ ପ୍ରତିଶତ ଥିଲା ଏବଂ ଆରୋଗ୍ୟ ହାର ୮୫.୭୭ ପ୍ରତିଶତ ଥିଲା। ବ୍ରାଜିଲ୍‌, ରୁଷ୍‌ ଏବଂ ଭାକରୋନାର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ବ୍ରାଜିଲ୍‌, ରୁଷ୍‌ ଏବଂ ଭାରତରେ ସଂକ୍ରମଣ ବଢ଼ି ଚାଲିଛି। ବିଶ୍ବରେ ୨ ତୃତୀୟାଂଶ ମାମଲା ଆମେରିକା, ରୁଷ୍‌, ବ୍ରାଜିଲ୍‌ ଏବଂ ଭାରତରୁ ଚିହ୍ନଟ ହୋଇଛି। ଗତ ସପ୍ତାହରେ ଲାଟିନ୍‌ ଆମେରିକା ନୂଆ ସଂକ୍ରମଣ ମାମଲାରେ ଆମେରିକା ଏବଂ ୟୁରୋପ୍‌କୁ ଟପିଯାଇଛି। ଆମେ‌ରିକା ପ‌ରେ ବ୍ରାଜିଲ୍‌ରେ ସର୍ବାଧିକ ସଂକ୍ରମଣ ରହିଛି। ବ୍ରାଜିଲ୍‌ରେ ଗତ ୨୪ ଘଣ୍ଟା ମଧ୍ୟ‌ରେ ୨୦ ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ବ୍ରାଜିଲ୍‌ରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୯୩ ହଜାର ୩୫୭ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧୯ ହଜାର ଛୁଇଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe