୬୦ ଆଇଏସ୍‌ ଆତଙ୍କବାଦୀ ନିପାତ

୬୦ ଆଇଏସ୍‌ ଆତଙ୍କବାଦୀ ନିପାତ

କାବୁଲ : ଆଫଗାନିସ୍ତାନ ସୁରକ୍ଷା କର୍ମୀଙ୍କୁ ମଙ୍ଗଳବାର ସକାଳୁ ଏକ ବଡ଼ ସଫଳତା ମିଳିଛି। ହସ୍କା ମିନା ଜିଲ୍ଲାର ନଙ୍ଗରହାର ଅଞ୍ଚଳରେ ଥିବା ଆତଙ୍କବାଦୀ ଆଡ଼ା ଉପରେ ସୁରକ୍ଷାକର୍ମୀ ଅତର୍କିତ ଆକ୍ରମଣ କରି ଆଇଏସ୍‌ ସଂଗଠନର ୬୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଏଥି ସହିତ ସେନା ଗୁଳିରେ ଆଉ ୧୮ ଜଣ ଆତଙ୍କବାଦୀ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି। ସେହି ଅଞ୍ଚଳରେ ସାଧାରଣ ନାଗରିକଙ୍କ ଘରେ ଏହି ଆତଙ୍କବାଦୀମାନେ ଲୁଚି ରହି ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିଲେ। ଏ ସମ୍ପର୍କରେ ଗୁଇନ୍ଦା ସୂଚନା ପାଇ ଆଫଗାନ୍‌ ସୁରକ୍ଷାକର୍ମୀ ସେମାନଙ୍କ ଗୁପ୍ତ ଆଡ଼ା ଉପରେ ଆକ୍ରମଣ କରିବାରୁ ଏହି ସଫଳତା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe