ଇଣ୍ଡୋନେସିଆରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୧

indo

Photograph: (SAMBAD.IN)

ଇଣ୍ଡୋନେସିଆ: ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ତୀବ୍ର ଭୂକମ୍ପର ଝଟକା ଅନୁଭବ କଲେ ଇଣ୍ଡୋନେସିଆବାସୀ । ଇଣ୍ଡୋନେସିଆର ସୁଲାୱେସୀ ଦ୍ବୀପ ନିକଟରେ ଭୂକମ୍ପ ଅନୁଭୂତ । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ ହୋଇଛି ।

ସ୍ଥାନୀୟ ସମୟ ଅନୁସାରେ ଆଜି ସକାଳ ୬.୫୫ ମିନିଟରେ ଭୂକମ୍ପର ଝଟକା ଲାଗିଥିଲା । ସେପଟେ ଭୂକମ୍ପର ପରେ ସୁନାମୀର କୌଣସି ଆଶଙ୍କା ନଥିବା ଭୂବିଜ୍ଞାନୀମାନେ କହିଛନ୍ତି ।

ତେବେ ୨୦୨୧ରେ ଇଣ୍ଡୋନେସିଆର ସେହି ସୁଲାୱେସୀରେ ଭୂକମ୍ପର ଝଟକା ଲାଗିଥିଲା । ଯାହାର ତୀବ୍ରତା ଥିଲା ୬.୨ ଏବଂ ସେଥିରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ବେଘର ହୋଇଥିଲେ ।

୨୦୧୮ରେ ବି ଭୂକମ୍ପ- ଇଣ୍ଡୋନେସିଆ ସୁଲାୱେସୀର ପାଲୁରେ ଭୂକମ୍ପ ହୋଇଥିଲା । ୭.୫ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପରେ ବଡ ସୁନାମୀ ମାଡି ଆସିଥିଲା । ଯେଉଁଥିଲେ ୨୨୦୦ ଲୋକ ପ୍ରାଣ ହରାଇଥିଲେ ।

୨୦୦୪ରେ ବଡ ଭୂକମ୍ପରେ ଥରିଥିଲା ଇଣ୍ଡୋନେସିଆ । ୯.୧ ଥିଲା ଭୂକମ୍ପର ତୀବ୍ରତା । ଯେଉଁଥିରେ ଲକ୍ଷେ ୭୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe