ଦିଲ୍ଲୀରେ ‘ବିଜେପି’ ବୁଲ୍‌ଡୋଜର୍‌ ଚାଲିଲେ ବାସହରା ହେବେ ୬୩ ଲକ୍ଷ ଜନତା

Advertisment
ଦିଲ୍ଲୀରେ ‘ବିଜେପି’ ବୁଲ୍‌ଡୋଜର୍‌ ଚାଲିଲେ ବାସହରା ହେବେ ୬୩ ଲକ୍ଷ ଜନତା

Image Courtesy of India Today

ନୂଆଦିଲ୍ଲୀ: ଦିଲ୍ଲୀରେ ‘ବିଜେପି’ ବୁଲ୍‌ଡୋଜର୍‌ ଚାଲିଲେ ୬୩ ଲକ୍ଷ ଜନତା ବାସହରା ହେବେ ବୋଲି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଦିଲ୍ଲୀରେ ଲୋକମାନଙ୍କର ଦୋକାନ ଓ ଘରେ ‘ବିଜେପି’ ଯେମିତି ବୁଲ୍‌ଡୋଜର୍‌ ଚଳାଉଛି ତାହା ଠିକ୍‌ ନୁହେଁ। ଏହାକୁ ସ୍ବାଧୀନ ଭାରତରେ ସବୁଠୁ ବଡ଼ ଧ୍ବଂସଲୀଳା ଆଖ୍ୟା ଦେଇ ସେ କହିଛନ୍ତି ଯେ, ଏହାଦ୍ବାରା ୬୩ ଲକ୍ଷ ଜନତାଙ୍କ ଘର ଅଥବା ଦୋକାନ ଧ୍ବଂସ ହୋଇପାରେ।

ଗଣମାଧ୍ୟମକୁ ସମ୍ବୋଧନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ଜବରଦଖଲ ବିପକ୍ଷରେ ‘ଏମ୍‌ସିଡି’ ବୁଲ୍‌ଡୋଜର୍‌ ଚଳାଇଛି। କିନ୍ତୁ, ୨ଟି ଜିନିଷ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ହେଲା, ଦିଲ୍ଲୀର ୮୦% ହେଉଛି ଜବରଦଖଲ।

publive-image Image Courtesy of The Print

ଦ୍ବିତୀୟଟି ହେଲା, ଲୋକେ ଦଲିଲ୍ ଦେଖାଇବା ସତ୍ତ୍ବେ ବୁଲ୍‌ଡୋଜର୍‌ ଚଳାଯାଉଛି। ଏହା ଅନୁଚିତ କଥା। ସେମାନେ ଦିଲ୍ଲୀରୁ ବସ୍ତି ଉଚ୍ଛେଦ କରିବାକୁ ଚାହାଁନ୍ତି।

ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ବସ୍ତି ଥିବା ସ୍ଥାନରେ ଘର ଯୋଗାଇ ଦେବ ବୋଲି ‘ବିଜେପି’ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ବୁଲ୍‌ଡୋଜର୍‌ ଚଳାଉଛି।

୧୫ ବର୍ଷ ଧରି ‘ଏମ୍‌ସିଡି’ ଶାସନ କରୁଥିବା ‘ବିଜେପି’ ବେଆଇନ କୋଠା ନିର୍ମାଣ କରିଛି। ମେ ୧୮ ତାରିଖ ଦିନ ‘ଏମ୍‌ସିଡି’ର ସମୟ ଅବଧି ଶେଷ ହେଉଛି। କିନ୍ତୁ, ‘ଏମ୍‌ସିଡି’ କ’ଣ ନୈତିକତା ପ୍ରତି ଦୃଷ୍ଟି ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe