୨୦୨୪ରେ ୬୪% ଆମେରିକୀୟ ଟ୍ରମ୍ପ୍‌ଙ୍କୁ ଭୋଟ୍‌ ଦେଇନପାରନ୍ତି

Advertisment
ଆମେରିକା ନଷ୍ଟ ହୋଇଯାଉଛି: ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Courtesy of Republic World

ନୂଆଦିଲ୍ଲୀ : ଆମେରିକା‌ର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୦୨୪ରେ ପୁଣିଥରେ କ୍ଷମତାକୁ ଫେରିବା ଲକ୍ଷ୍ୟ ରଖିଛନ୍ତି। ଟ୍ରମ୍ପ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ ସତ୍ତ୍ବେ ରିପବ୍ଲିକାନ୍‌ଙ୍କ ମଧ୍ୟରେ ତାଙ୍କ ପ୍ରତି ଅଧିକ ସମର୍ଥନ ରହିଥିବା ଦେଖିବାକୁ ମିଳିଛି। କିନ୍ତୁ ଆସୋସିଏଟେଡ୍‌ ପ୍ରେସ୍‌-ଏନଓଆରସି ସେଣ୍ଟର ଫର ପବ୍ଲିକ ଆଫେୟାର୍ସ ସର୍ଭେ ଅନୁଯାୟୀ ପ୍ରାୟ ୬୩ ପ୍ରତିଶତ ରିପବ୍ଲିକାନ୍‌ କହିଛନ୍ତି, ସେମାନେ ଟ୍ରମ୍ପ୍‌ଙ୍କୁ ପୁନର୍ବାର ରାଷ୍ଟ୍ରପତି ଭାବେ ଦେଖିବାପାଇଁ ଚାହାନ୍ତିନି। ଗତ ଏପ୍ରିଲ୍‌ରେ ୫୫ ପ୍ରତିଶତ ରିପବ୍ଲିକାନ୍‌ ଏହି ମତ ରଖିଥିଲେ। ଏବେ ଏହି ସଂଖ୍ୟା ପୁଣିଥରେ ବଢ଼ିଛି। ସର୍ଭେ ଫଳାଫଳରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଟ୍ରମ୍ପ୍‌ ରିପବ୍ଲିକାନ୍‌ଙ୍କ ସମର୍ଥନ ଉପରେ ନିର୍ଭର କରିଛନ୍ତି, କିନ୍ତୁ ବାସ୍ତବରେ ୨୦୨୪ ତାଙ୍କ ପାଇଁ ଏକ ଜଟିଳ ଲଢ଼େଇ ହେବ।

ଅନେକ ଆମେରିକୀୟ ଦୃଢ଼ ଭାବେ ଟ୍ରମ୍ପ୍‌ଙ୍କୁ ବିରୋଧ କରୁଛନ୍ତି। ୭୪ ପ୍ରତିଶତ ଆମେରିକୀୟ ତଥା ଅଧିକାଂଶ ରିପବ୍ଲିକାନ କହିଛନ୍ତି, ସେମାନେ ଟ୍ରମ୍ପ୍‌ଙ୍କୁ ୨୦୨୪ ନଭେମ୍ବରରେ ସମର୍ଥନ କରିବେନି। ସର୍ଭେରେ ଭାଗ ନେଇଥିବା ୬୪ ପ୍ରତିଶତ ଆମେରିକୀୟ ୨୦୨୪ରେ ‌ଟ୍ରମ୍ପ୍‌ଙ୍କୁ ଭୋଟ୍‌ ଦେବେନାହିଁ ବୋଲି ମତ ରଖିଛନ୍ତି। ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଟ୍ରମ୍ପ୍‌ ୨୦୨୦ରେ ଜୋ ବାଇଡେନଙ୍କଠାରୁ ହାରି ଯାଇଥିଲେ। ୨୦୧୬ରେ ଟ୍ରମ୍ପ୍‌ ଲୋକପ୍ରିୟ ଭୋଟ୍‌ରେ ହାରି ଯାଇଥିଲେ କିନ୍ତୁ ସେ ଇଲେକ୍ଟୋରାଲ୍‌ କଲେଜରେ ବିପୁଳ ଭୋଟ୍‌ରେ ବିଜୟୀ ହେବାରେ ସଫଳ ହୋଇଥିଲେ। ୨୦୨୪ ଆମେରିକା ନିର୍ବାଚନ ଉପରେ ସାରା ବିଶ୍ବର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe