ତେଲେଙ୍ଗାନାରେ ୬୪% ମତଦାନ: ବିଭିନ୍ନ ଜିଲ୍ଲାରେ ହିଂସା

Advertisment

ବିଧାନସଭା ନିର୍ବାଚନ-୨୦୨୩, ୫ ରାଜ୍ୟର ବୁଥ୍‌ ବାହୁଡ଼ା ମତ

ବିଧାନସଭା ନିର୍ବାଚନ-୨୦୨୩, ୫ ରାଜ୍ୟର ବୁଥ୍‌ ବାହୁଡ଼ା ମତ

ତେଲେଙ୍ଗାନାରେ ୬୪% ମତଦାନ: ବିଭିନ୍ନ ଜିଲ୍ଲାରେ ହିଂସା

ହାଇଦ୍ରାବାଦ: ତେଲେଙ୍ଗାନାର ସମସ୍ତ ୧୧୯ ବିଧାନସଭା ଆସନରେ ଆଜି ଭୋଟ୍‌ ଗ୍ରହଣ ସହିତ ସମସ୍ତ ୫ ରାଜ୍ୟର ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ପୂର୍ବରୁ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିଲା ଏବଂ ଆଗାମୀ ୩ ତାରିଖ ଦିନ ୫ ରାଜ୍ୟର ଫଳ ଆସିବ। ତେଲେଙ୍ଗାନାରେ ଆଜି କଡ଼ା ସୁରକ୍ଷା ସତ୍ତ୍ବେ ବିଭିନ୍ନ ଜିଲ୍ଲାରେ ହିଂସାକାଣ୍ଡ ଘଟିଥିବା ରିପୋର୍ଟ ମିଳିଛି। ରାଜ୍ୟରେ ମୋଟ ୬୪.୧୨ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବସ୍ତ କରିଥିବା ବେଳେ ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ଏହି ନିର୍ବାଚନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ତାଙ୍କ ପୁଅ ତଥା ମନ୍ତ୍ରୀ କେଟି ରାମା ରାଓ, ରାଜ୍ୟ କଂଗ୍ରେସ ସଭାପତି ଏ ରେବନ୍ତ ରେଡ୍ଡି ଏବଂ ବିଜେପି ଲୋକସଭା ସାଂସଦ ବି. ସଂଜୟ କୁମାର ଏବଂ ଡି. ଅରବିନ୍ଦଙ୍କ ରାଜନୈତିକ ଭାଗ୍ୟ ଫଇସଲା କରିବ। ବିଆର୍‌ଏସ୍‌ ସମସ୍ତ ୧୧ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୧୧୧ ଆସନ, ଜନସେନା ୮ ଆସନ ଏବଂ କଂଗ୍ରେସ ୧୧୮ ଆସନରେ ପ୍ରାର୍ଥୀ ଦେଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe