୬୪ ଆତଙ୍କୀ ସହଯୋଗୀଙ୍କ ଘରେ ଚଢ଼ଉ

Advertisment

ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ଅଧୀନରେ ଜମ୍ମୁ-କାଶ୍ମୀର ପୁଲିସ ଆଜି ୬୪ ଜଣ ଆତଙ୍କବାଦୀ ସହଯୋଗୀଙ୍କ ଘରେ ଚଢ଼ଉ କରିଛି।  ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଓଭର୍‌ଗ୍ରାଉଣ୍ଡ ୱାର୍କର୍ସ  ଏବଂ ଆତଙ୍କବାଦୀ ସହଯୋଗୀଙ୍କ ବାସଭବନରେ ବ୍ୟାପକ ଚଢ଼ଉ କରାଯାଇଥିଲା ବୋଲି ପୁଲିସ କହିଛି।

gdgdvv

ଶ୍ରୀନଗର: ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ଅଧୀନରେ ଜମ୍ମୁ-କାଶ୍ମୀର ପୁଲିସ ଆଜି ୬୪ ଜଣ ଆତଙ୍କବାଦୀ ସହଯୋଗୀଙ୍କ ଘରେ ଚଢ଼ଉ କରିଛି।  ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଓଭର୍‌ଗ୍ରାଉଣ୍ଡ ୱାର୍କର୍ସ  ଏବଂ ଆତଙ୍କବାଦୀ ସହଯୋଗୀଙ୍କ ବାସଭବନରେ ବ୍ୟାପକ ଚଢ଼ଉ କରାଯାଇଥିଲା ବୋଲି ପୁଲିସ କହିଛି।  କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ସ୍ବାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଶ୍ରୀନଗର ପୁଲିସ ଏହି ଚଢ଼ଉ କରିଛି।

ଆତଙ୍କବାଦୀ କାର୍ଯ୍ୟକଳାପକୁ ଠାବ କରିବା ଏବଂ ରୋକିବା ପାଇଁ ପ୍ରମାଣ ସଂଗ୍ରହ,  ଅସ୍ତ୍ରଶସ୍ତ୍ର, ଦସ୍ତାବିଜ, ଡିଜିଟାଲ ଉପକରଣ ଇତ୍ୟାଦି ଜବତ କରିବା ଉଦ୍ଦେଶ୍ୟରେ ଏହି ଚଢ଼ଉ କରାଯାଇଥିଲା। ଜମ୍ମୁ-କାଶ୍ମୀର ପୁଲିସର ଏହି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ  ଆତଙ୍କବାଦୀ ପରିବେଶକୁ ଉଚ୍ଛେଦ କରିବା ସହ  ଦେଶ ବିରୋଧୀ ଏବଂ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବାରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe