ତାଲିବାନ ଶାସନରେ ୬,୪୦୦ ସାମ୍ବାଦିକ ଜୀବିକା ହରାଇଛନ୍ତି

Advertisment
ତାଲିବାନ ଶାସନରେ ୬,୪୦୦ ସାମ୍ବାଦିକ ଜୀବିକା ହରାଇଛନ୍ତି

Times of India

କାବୁଲ: ଏକ ସର୍ଭେରୁ ଜଣାପଡିଛି ଯେ ଆଫଗାନିସ୍ତାନ ତାଲିବାନ ଅଧୀନକୁ ଆସିବା ପରଠାରୁ ଦେଶର ୨୩୧ଟି ଗଣମାଧ୍ୟମ ବନ୍ଦ ହେବା ସହ ପ୍ରାୟ ୬,୪୦୦ ଜଣ ସାମ୍ବାଦିକ ନିଜ ବୃତ୍ତି ହରାଇଛନ୍ତି। ପ୍ରତି ଦଶଟି ଗଣମାଧ୍ୟମ ମଧ୍ୟରୁ ଚାରିରୁ ଅଧିକ ସଂସ୍ଥା ବନ୍ଦ ହୋଇଯାଇଛି ଏବଂ ୬୦% ସାମ୍ବାଦିକ ଏବଂ ମିଡିଆ କର୍ମଚାରୀ ଜୀବିକା ହରାଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଆଫଗାନିସ୍ତାନରେ ଥିବା ୫୪୩ ଟି ଗଣମାଧ୍ୟମ ମଧ୍ୟରୁ କେବଳ ୩୧୨ଟି ଗଣମାଧ୍ୟମ ନଭେମ୍ବର ଶେଷ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲା। ଅର୍ଥାତ ତିନିମାସ ମଧ୍ୟରେ ଆଫଗାନିସ୍ତାନର ୪୩% ଗଣମାଧ୍ୟମ ବନ୍ଦ ହୋଇଛି।

ତାଲିବାନ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ମହିଳାଙ୍କ ଅଧିକାର, ଗଣମାଧ୍ୟମର ସ୍ୱାଧୀନତା ଏବଂ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆଶ୍ୱାସନା ଦେଇଥିବା ବେଳେ ବର୍ତ୍ତମାନ ଆଫଗାନିସ୍ତାନର ୮୦% ମହିଳା ସାମ୍ବାଦିକା ନିଜ ବୃତ୍ତି ହରାଇଛନ୍ତି। ଅନ୍ୟପକ୍ଷେ ଅନେକ ସାମ୍ବାଦିକ ତାଲିବାନ ଦ୍ୱାରା ନିର୍ଯାତିତ ହେଉଥିବା ଖବର ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe