ନୂଆ ରେକର୍ଡ ଦିନକରେ ୬୪ ହଜାର ମାମଲା: ୨୪ ଘଣ୍ଟାରେ ୭ ଲକ୍ଷ ଟେଷ୍ଟ୍‌, ଆରୋଗ୍ୟ ହାର ୬୮.୭୮%କୁ ବୃଦ୍ଧି

Advertisment
ନୂଆ ରେକର୍ଡ ଦିନକରେ ୬୪ ହଜାର ମାମଲା: ୨୪ ଘଣ୍ଟାରେ ୭ ଲକ୍ଷ ଟେଷ୍ଟ୍‌, ଆରୋଗ୍ୟ ହାର ୬୮.୭୮%କୁ ବୃଦ୍ଧି

India TV

ନୂଆଦିଲ୍ଲୀ: ଦିନକରେ ଦେଶରେ ସର୍ବାଧିକ ୬୪ ହଜାର ୩୯୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୮୬୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟ‌ରେ ସର୍ବାଧିକ ୫୩ ହଜାର ୮୭୯ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ୍‌ ୧୪ ଲକ୍ଷ ୮୦ ହଜାର ୮୮୪ ଜଣ ଆରୋଗ୍ୟ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୬୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ହାର ୨.୦୧ ପ୍ରତିଶତକୁ କମିଯାଇଛି। ଦେଶରେ ଏବେ ୬ ଲକ୍ଷ ୨୮ ହଜାର ୭୪୭ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ମାମଲାର ୨୯.୨୦ ପ୍ରତିଶତ। ତେବେ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨୧ ଲକ୍ଷ ୫୩ ହଜାର ୧୦କୁ ବୃଦ୍ଧି ପାଇଛି ଏବଂ ୪୩ ହଜାର ୩୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଲଗାତାର ୩ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୬୦ ହଜାରରୁ ଅଧିକ ରହିଛି।

ତେବେ ଗୁରୁବାର ଦିନ ସର୍ବାଧିକ ୭ ଲକ୍ଷ ୧୯ ହଜାର ୩୬୪ ନମୁନା ପରୀକ୍ଷା କରାଯାଇଛି। ଆଇସିଏମ୍‌ଆର ଅନୁଯାୟୀ ମୋଟ୍‌ ୨ କୋଟି ୪୧ ଲକ୍ଷ ୬ ହଜାର ୫୩୫ ନମୁନା ପରୀକ୍ଷା ହୋଇଛି। ପ୍ରତି ମିନିଟ୍‌ରେ ଦେଶରେ ୫୦୦ କରୋନା ଟେଷ୍ଟ୍‌ କରାଯାଉଛି। ଦୈନିକ ଟେଷ୍ଟିଂ କ୍ଷମତା ମଧ୍ୟ ୫ ଲକ୍ଷରୁ ଅଧିକ ରହିଛି ବୋଲି ଆଇସିଏମ୍‌ଆର ମିଡିଆ ସଂଯୋଜକ ଲୋକେଶ ଶର୍ମା କହିଛନ୍ତି। ଲଗାତାର କିଛି ଦିନ ଧରି ଦେଶରେ ୬ ଲକ୍ଷରୁ ଅଧିକ କରୋନା ଟେଷ୍ଟ୍‌ ହେଉଛି। ତେବେ ଦେଶରେ ସକ୍ରିୟ ମାମଲା ଅପେକ୍ଷା ଆରୋଗ୍ୟଙ୍କ ସଂଖ୍ୟା ୨ ଗୁଣାରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe