ଆଫଗାନିସ୍ତାନରେ ୬,୫୦୦ ପାକିସ୍ତାନୀ ଆତଙ୍କବାଦୀ ଅଛନ୍ତି : ଜାତିସଂଘ ରିପୋର୍ଟ

Advertisment
ଆଫଗାନିସ୍ତାନରେ ୬,୫୦୦ ପାକିସ୍ତାନୀ ଆତଙ୍କବାଦୀ ଅଛନ୍ତି : ଜାତିସଂଘ ରିପୋର୍ଟ

Dailyhunt

ୱାସିଂଟନ : ଆଫଗାନିସ୍ତାନରେ ୬,୦୦୦ରୁ ୬,୫୦୦ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ ଅଛନ୍ତି ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ତେହେରିକ-ଏ-ତାଲିବାନ ପାକିସ୍ତାନ, ଅଲ୍‌କାଏଦା ଆତଙ୍କବାଦୀ ସଂଗଠନର ବୋଲି ଜାତିସଂଘ ରିପୋର୍ଟ ଉଲ୍ଲେଖ କରିଛି। ତାଲିବାନ ସମର୍ଥନରେ ପରିଚାଳିତ ଏକ୍ୟୁଆଇଏସ୍‌ (ଅଲକାଏଦା ଇନ୍‌ ଦି ଇଣ୍ଡିଆନ ସବ୍‌ କଣ୍ଟିନେଟ୍‌) ମଧ୍ୟ ଆଫଗାନିସ୍ତାନର ନିମ୍‌ରୁଜ, ହେଲମାଣ୍ଡ, କାନ୍ଦାହାର ରାଜ୍ୟରେ ସକ୍ରିୟ ରହିଛି। ଏହି ଆତଙ୍କବାଦୀ ଗୋଷ୍ଠୀରେ ୧୫୦ରୁ ୨୦୦ ମଧ୍ୟରେ ସଦସ୍ୟ ବାଂଲାଦେଶ, ଭାରତ, ମ୍ୟାନ୍‌ମାର ଏବଂ ପାକିସ୍ତାନର ବୋଲି ଜଣାପଡ଼ିଛି।

ଆଫଗାନିସ୍ତାନରେ ଏକ୍ୟୁଆଇଏସ୍‌ ଆତଙ୍କବାଦୀ ସଂଗଠନ ଅସିମ ଉମର ନେତୃତ୍ବରେ ପରିଚାଳିତ ହେଉଛି। ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନରେ ସବୁଠୁ ବେଶି ସକ୍ରିୟ ରହିଛି। ସେହିଭଳି ଐମାନ ଅଲ୍‌ ଜୱାରି ନେତୃତ୍ବରେ ଆଫଗାନିସ୍ତାନରେ ଅଲକାଏଦା ସକ୍ରିୟ ଅଛି। ଆଫଗାନିସ୍ତାନରେ ୪୦୦ରୁ ୬୦୦ ମଧ୍ୟରେ ଅଲକାଏଦା ଆତଙ୍କବାଦୀ ଅଛନ୍ତି। ତେବେ ଆଫଗାନିସ୍ତାନରେ ମୋଟ ୬୦୦୦ରୁ ୬୫୦୦ ଆତଙ୍କବାଦୀ ଅଛନ୍ତି ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe