ନୂଆଦିଲ୍ଲୀ: ଝାଡଖଣ୍ଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୁଧବାର ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାର ୪୩ ବିଧାନସଭା ଆସନରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ କରାଯାଇଥିଲା।
ସୂଚନା ଅନୁଯାୟୀ ସନ୍ଧ୍ୟା ସାଢ଼େ ୭ ପର୍ଯ୍ୟନ୍ତ ୪୩ଟି ଆସନରେ ୬୫.୨୭% ଭୋଟିଂ ରେକର୍ଡ କରାଯାଇଛି। ୨୦୧୯ରେ ଏସବୁ ଆସନରେ ୬୩.୭୫% ମତଦାନ ହୋଇଥିଲା। ସେହିପରି କେରଳର ୱାୟନାଡରେ ୬୦.୭୯ ପ୍ରତିଶତ ମତଦାନ ହୋଇଛି।
ପ୍ରଥମ ପର୍ଯ୍ୟାୟ ଭୋଟ୍ ସହିତ, ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା, ରାଜ୍ୟସଭା ସାଂସଦ ମହୁଆ ମାଜି, ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ ଗୀତା କୋଡା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କ ପରି ରାଜନୈତିକ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି।
#WATCH | Kerala: At the end of the Wayanad Lok Sabha bye-elections, EVMs are being sealed at a polling booth, in Wayanad #WayanadByElection2024pic.twitter.com/YMVS0KcoKZ
— ANI (@ANI) November 13, 2024
ଅଧିକ ପଢ଼ନ୍ତୁ: ମହାକାଶରୁ ଆସିଲା ଖବର: ସ୍ୱାସ୍ଥ୍ୟାବସ୍ଥା ନେଇ ଉତ୍ତର ଦେଲେ ସୁନୀତା ୱିଲିୟମ୍ସ
ସେହିପରି ୱାୟନାଡରେ ୬୦.୭୯ ପ୍ରତିଶତ ମତଦାନ ହୋଇଛି। କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି, ସେ ବିଜେପି ପ୍ରାର୍ଥୀ ନବ୍ୟା ହରିଦାସ ଏବଂ ଏଲଡିଏଫ ପ୍ରାର୍ଥୀ ସତ୍ୟନ ମୋକେରୀଙ୍କ ସହ ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହୋଇଛନ୍ତି।
64.86 pc voters exercise franchise in first phase Jharkhand polls till 5 pm
— ANI Digital (@ani_digital) November 13, 2024
Read @ANI Story | https://t.co/tFstV6aCDt#Jharkhandelections#SeraikellaKharsawan#Ranchi#voterturnoutpic.twitter.com/EbdTX3lkW8
ଅଧିକ ପଢ଼ନ୍ତୁ: ଭାରତରୁ ମିଳିଲାନି ନିମନ୍ତ୍ରଣ, ଚୀନ୍ ଗସ୍ତରେ ଯିବେ କେପି ଓଲି