ଏବର୍ଷ ୬୬୫ ଓଡ଼ିଆ ଛାତ୍ରଛାତ୍ରୀ ଡିୟୁରେ ପଢ଼ିବା ପାଇଁ ଆଗ୍ରହୀ

Advertisment
ଏବର୍ଷ ୬୬୫ ଓଡ଼ିଆ ଛାତ୍ରଛାତ୍ରୀ ଡିୟୁରେ ପଢ଼ିବା ପାଇଁ ଆଗ୍ରହୀ

ThePrint

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ବବିଦ୍ୟାଳୟ (ଡିୟୁ)ର ଚଳିତ ଶିକ୍ଷାବର୍ଷର ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ୬୬୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାର ବିଶ୍ବବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଦେଶରେ କରୋନା ପ୍ରକୋପ ଜାରି ରହିଥିବା ତଥା ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶ ହୋଇନଥିବାରୁ ନାମଲେଖା ଆବେଦନ ତାରିଖକୁ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେଣୁ ଆହୁରି ଅଧିକ ଛାତ୍ରଛାତ୍ରୀ ଆବେଦନ କରିବାର ସମ୍ଭାବନା ରହିଛି। କରୋନା କାରଣରୁ ଦକ୍ଷିଣ ଭାରତ ରାଜ୍ୟରୁ ଅଧିକ ମାତ୍ରାରେ ଛାତ୍ରଛାତ୍ରୀ ଆବେଦନ କରିନାହାନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରତ୍ୟେକ ବର୍ଷ ପାଖାପାଖି ହଜାରରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe