ବ୍ରାଜିଲ୍‌ର ପ୍ରାଦେଶିକ ରାଜ୍ୟପାଳଙ୍କ ଆର୍ଥିକ ଦୁର୍ନୀତିର ତଦନ୍ତ ପାଇଁ ୬୭ ଭାରତୀୟ ବ୍ୟବସାୟୀ ଓ କମ୍ପାନିର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଫ୍ରିଜ୍ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ

ବ୍ରାଜିଲ୍‌ର ପ୍ରାଦେଶିକ ରାଜ୍ୟପାଳଙ୍କ ଆର୍ଥିକ ଦୁର୍ନୀତିର ତଦନ୍ତ ପାଇଁ ୬୭ ଭାରତୀୟ ବ୍ୟବସାୟୀ ଓ କମ୍ପାନିର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଫ୍ରିଜ୍ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ

Image Courtesy of Hindustan Times

ନୂଆଦିଲ୍ଲୀ: ବ୍ରାଜିଲ୍‌ର ଅନୁରୋଧକ୍ରମେ ଭାରତରେ ଥିବା ବିଭିନ୍ନ ଭାରତୀୟ ବ୍ୟବସାୟୀ ଏବଂ କମ୍ପାନିର ୬୭ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଫ୍ରିଜ୍ କରିଥିବା କଥା ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛି। ବ୍ରାଜିଲ୍‌ର ଜଣେ ପ୍ରାଦେଶିକ ରାଜ୍ୟପାଳ ପାଣ୍ଠି ହଡ଼ପ କରିଥିବା ଘଟଣାର ତଦନ୍ତ ଚାଲିଥିବାରୁ ବ୍ରାଜିଲ୍ ଭାରତକୁ ଏ ଭଳି ଅନୁରୋଧ କରିଥିଲା।

ପ୍ରବର୍ତ୍ତନ ନିର୍ଦେଶାଳୟ ଅଦାଲତଙ୍କୁ ସୂଚନା ଦେଇଛି ଯେ, ଉଭୟ ଦେଶ ମଧ୍ୟରେ ପାରସ୍ପରିକ ନ୍ୟାୟିକ ରାଜିନାମା ଭିତ୍ତିରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ, ଏ ଘଟଣାରେ କୌଣସି ମାମଲା ରୁଜୁ ହୋଇନାହିଁ।

ଆକାଉଣ୍ଟ୍ ଫ୍ରିଜ୍ କରାଯିବା ଘଟଣାରେ ହାମିଲ୍‌ଟନ୍ ହାଉସ୍‌ୱେରର୍ସ କମ୍ପାନି ତରଫରୁ ଆଡ୍‌ଭୋକେଟ୍‌ ବିଜୟ ଅଗ୍ରୱାଲ୍ ଫାଇଲ୍‌ କରିଥିବା ଆବେଦନର ଉତ୍ତର ଦେବାକୁ ଯାଇ ପ୍ରବର୍ତ୍ତନ ନିର୍ଦେଶାଳୟ ଉପରୋକ୍ତ ସ୍ପଷ୍ଟିକରଣ ଦେଇଛି। ଗତ ମାସରେ ହାମିଲ୍‌ଟନ୍ ହାଉସ୍‌ୱେରର୍ସ କମ୍ପାନି ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ବା କମ୍ପାନିଗୁଡ଼ିକର ଆକାଉଣ୍ଟ୍‌ ଫ୍ରିଜ୍ କରାଯାଇଥିଲା।

publive-image Image Courtesy of The Economics Times

ଜୁଲାଇ ୧୩ ତାରିଖରେ ହାମିଲ୍‌ଟନ୍ ହାଉସ୍‌ୱେରର୍ସ କମ୍ପାନିର ଆକାଉଣ୍ଟ୍‌ ଫ୍ରିଜ୍ କରିବାକୁ ଆଦେଶ ଦିଆଯାଇଥିଲା। ପ୍ରବର୍ତ୍ତନ ନିର୍ଦେଶାଳୟର ବିନା ଅନୁମତିରେ ଉକ୍ତ ଆକାଉଣ୍ଟ୍‌ରୁ ଅର୍ଥ ଉଠାଣ ହୋଇ ପାରିବ ନାହିଁ ବୋଲି ମଧ୍ୟ ଏହି ଆଦେଶନାମାରେ କୁହାଯାଇଥିଲା।

ପ୍ରବର୍ତ୍ତନ ନିର୍ଦେଶାଳୟ ଅଦାଲତଙ୍କୁ ଅବଗତ କରାଇଛି ଯେ, ବ୍ରାଜିଲ୍‌ର ଅନୁରୋଧ କ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କାରଣ ଉଭୟ ଦେଶ ମଧ୍ୟରେ ହୋଇଥିବା ପରିପୂରକ ରାଜିନାମା ଅନୁସାରେ ଭାରତ ଏହା କରିବାକୁ ବାଧିତ ହୋଇଛି। ଏହି ୬୭ଟି ଆକାଉଣ୍ଟ୍‌ ଫ୍ରିଜ୍ କରିବା ନିମନ୍ତେ ବ୍ରାଜିଲ୍‌ର ସରକାରୀ କର୍ତ୍ତୃପକ୍ଷ ଭାରତକୁ ଅନୁରୋଧ କରିଥିଲେ। ଏହି ସବୁ ଆକାଉଣ୍ଟ୍‌ଗୁଡ଼ିକୁ ପ୍ରାଦେଶିକ ରାଜ୍ୟପାଳଙ୍କ ସହ ସମ୍ପୃକ୍ତ ପାଣ୍ଠି ସ୍ଥାନାନ୍ତର ହୋଇଛି।

ପ୍ରବର୍ତ୍ତନ ନିର୍ଦେଶାଳୟ ଦାବି କରିଛି ଯେ, ବ୍ରାଜିଲ୍‌ର ଏହି ପ୍ରାଦେଶିକ ରାଜ୍ୟପାଳ ପାଣ୍ଠି ତୋଷାରପାତ ଘଟଣାରେ ଭାରତ ସମେତ ୫୦ଟି ଦେଶ ସମ୍ପୃକ୍ତ। ହାମିଲ୍‌ଟନ୍ ହାଉସ୍‌ୱେର୍ସ ଛଡ଼ା, ଜେକେ ଟାୟାର୍‌, କେପି ସାଙ୍ଘୱି ଆଣ୍ଡ୍‌ ସନ୍ସ, ନାନ୍‌ସି କ୍ରାଫ୍ଟ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍, ଭାରତ ଫେସନ୍ ଆଣ୍ଡ୍‌ ଆପାରେଲ୍ସ, ଇଷ୍ଟ୍‌ମ୍ୟାନ୍‌ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଅର୍ବିଟ୍ ଏକ୍ସ୍‌ପୋର୍ଟସ୍‌ ଲିମିଟେଡ୍‌, ଶ୍ରେନୁଜ୍ ଆଣ୍ଡ୍‌ କୋ ଏବଂ ଆର୍‌ଏସ୍‌ଡବ୍ଲୁଏମ୍ ଲିମିଟେଡ୍ ଭଳି ଅନ୍ୟ ୮ଟି ଭାରତୀୟ କମ୍ପାନିର ଆକାଉଣ୍ଟ୍‌କୁ ମଧ୍ୟ ବ୍ରାଜିଲ୍ ତଦନ୍ତ ଲାଗି ଗତ ମାସରେ ଫ୍ରିଜ୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe