ସିନେମା ନୈତିକ ବାର୍ତ୍ତାର ବାହକ ହେଉ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

Advertisment

୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ସିନେମା ନୈତିକ ବାର୍ତ୍ତାର ବାହକ ହେଉ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ନୂଆଦିଲ୍ଲୀ: ଭଲ ସିନେମା ହୃଦୟ ଓ ମନକୁ ଛୁଏଁ ଏବଂ ଅଭିନେତା ଓ ଅଭିନେତ୍ରୀମାନେ ସମାଜର ଉନ୍ନତି ପାଇଁ ବାର୍ତ୍ତାବହ ହେବାର କ୍ଷମତା ରଖନ୍ତି। ତେଣୁ ସିନେମା ସାମାଜିକ, ନୈତିକ ବାର୍ତ୍ତାର ବାହକ ହେଉ ବୋଲି ବିଜ୍ଞାନ ଭବନରେ ଆୟୋଜିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଆଜି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ପୁରସ୍କାର ପ୍ରଦାନ ପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଉପରାଷ୍ଟ୍ରପତି କହିଲେ, ମଣିଷ ଯେତେବେଳେ ଭାରାକ୍ରାନ୍ତ ହୁଏ ସେତେବେଳେ ସେ ଭଲ ସିନେମାଟିଏ ଦେଖିଲେ ହାଲୁକା ଅନୁଭବ କରେ। ଆମେ ଖୁସି ପାଇଁ ସିନେମା ଦେଖୁ। ବିଶେଷକରି ସିନେମାରେ ଅଭିନୟ କରୁଥିବା ଚରିତ୍ରମାନେ ସମାଜରେ ପରିବର୍ତ୍ତନ ଆଣିଥାନ୍ତି। ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ସିନେମା ପୁରସ୍କାର ମିଳିଛି। ଅଭିନେତା ମନୋଜ ବାଜପେୟୀ ଓ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ତେରୀ ମିଟ୍ଟୀ ସଙ୍ଗୀତ ପାଇଁ ବି ପ୍ରାକ୍‌ଙ୍କୁ ମିଳିଛି ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ଦିଆଯାଇଛି। ସୁପରଷ୍ଟାର ରଜନୀକାନ୍ତଙ୍କୁ ‘ଦାଦା ସାହେବ ଫାଲ୍‌କେ’ ଆୱାର୍ଡ ଦିଆ ଯାଇଥିବାବେଳେ ଫିଲ୍ମ ପାଇଁ ସବୁଠାରୁ ଅନୁକୂଳ ରାଜ୍ୟ ଭାବେ ସିକ୍କିମ୍‌କୁ ପୁରସ୍କୃତ କରାଯାଇଛି।

ଗୁରୁ କେ ବାଲଚନ୍ଦର, ଭାଇ ଓ ବସ୍‌ ଡ୍ରାଇଭରଙ୍କୁ ‘ଦାଦା ସାହେବ ଫାଲ୍‌କେ’ ସମ୍ମାନକୁ ଉତ୍ସର୍ଗ କଲେ ରଜନୀକାନ୍ତ
ସୁପରଷ୍ଟାର ରଜନୀକାନ୍ତ ଆଜି ୬୭ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ଦାଦା ସାହେବ ଫାଲ୍‌କେ’ ଆୱାର୍ଡ ଗ୍ରହଣ କ‌ରିଛନ୍ତି। ସମ୍ମାନିତ ହେବା ପରେ ଗୁରୁ ସ୍ବର୍ଗତ କେ ବାଲଚନ୍ଦର, ପିତୃତୁଲ୍ୟ ଭାଇ ସତ୍ୟନାରାୟଣ ରାଓ ଏବଂ ବନ୍ଧୁ ବସ୍‌ ଡ୍ରାଇଭର ରାଜ ବାହାଦୁରଙ୍କୁ ଦାଦା ସାହେବ ଫାଲ୍‌କେ ସମ୍ମାନକୁ ଉତ୍ସର୍ଗ କରୁଛନ୍ତି ବୋଲି କହିଥିଲେ ରଜନୀକାନ୍ତ। ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ୭୦ ବର୍ଷୀୟ ରଜନୀକାନ୍ତ ବସ୍‌ କଣ୍ଡକ୍ଟର ଥିଲେ। ସିନେମା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ବସ୍‌ ଡ୍ରାଇଭର ରାଜଙ୍କ ଭୂମିକା ଅତୁଳନୀୟ। ଭାଇ ଏବଂ ଗୁରୁଙ୍କ ସହଯୋଗ ପାଇଁ ସେ ଏତେ ବାଟ ଆସି ପାରିଥିଲେ ବୋଲି ରଜନୀକାନ୍ତ କହିଛନ୍ତି।
ସୁଶାନ୍ତ ସିଂହ ରାଜପୁତଙ୍କୁ ସମର୍ପିତ କଲେ ସାଜିଦ ନାଡିୟାଡୱାଲା
ଚଳଚ୍ଚିତ୍ର ‘ଛିଛୋରେ’ ସର୍ବଶ୍ରେଷ୍ଠ ହିନ୍ଦି ଫିଲ୍ମ ପୁରସ୍କାର ପାଇଛି। ପ୍ରଯୋଜକ ସାଜିଦ ନାଡିୟାଡୱାଳା ଓ ନିର୍ଦ୍ଦେଶକ ନିତେଶ ତିୱାରୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ସେମାନେ ଏହି ପୁରସ୍କାରକୁ ଦିବଂଗତ ସୁଶାନ୍ତ ସିଂହ ରାଜପୁତଙ୍କୁ ସମର୍ପିତ କରିଛନ୍ତି। ସାଜିଦ୍‌ ଓ ନିତେଶଙ୍କ ଏହି ଘୋଷଣା ସୁଶାନ୍ତ ସିଂହଙ୍କ ପ୍ରଶଂସକ ମହଲରେ ବେଶ୍ ପ୍ରଶଂସା ସାଉଁଟିଛି। ସୂଚନାଯୋଗ୍ୟ, ୬୫ତମ ପିଲ୍ମଫେୟାର ପୁରସ୍କାର ଉତ୍ସବରେ ଛିଛୋ‌ରେ ୫ଟି ପୁରସ୍କାର ପାଇଥିଲା। ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ସର୍ବଶ୍ରେଷ୍ଠ କାହାଣୀ, ବେଷ୍ଟ ଡାଇଲଗ୍‌ ଏବଂ ବେଷ୍ଟ ଏଡିଟିଂ ପାଇଁ ପୁରସ୍କୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe