ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ଶ୍ରେଷ୍ଠ ଅଭିନେତ୍ରୀ କଙ୍ଗନା, ଶ୍ରେଷ୍ଠ ଅଭିନେତା ମନୋଜ ବାଜପେୟୀ ଓ ତାମିଲ ସୁପରଷ୍ଟାର ଧନୁଷ ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ‘ଛିଛୋରେ’

Advertisment
ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ଶ୍ରେଷ୍ଠ ଅଭିନେତ୍ରୀ କଙ୍ଗନା, ଶ୍ରେଷ୍ଠ ଅଭିନେତା ମନୋଜ ବାଜପେୟୀ ଓ ତାମିଲ ସୁପରଷ୍ଟାର ଧନୁଷ ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ‘ଛିଛୋରେ’

ନୂଆଦିଲ୍ଲୀ: ଆଜି ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ପ୍ରତିବର୍ଷ ମେ ୩ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେଉଥିବା ବେଳେ ୨୦୨୦ରେ ଏହା ବାତିଲ ହୋଇଥିଲା। କରୋନା ସଂକ୍ରମଣ ଲାଗି ୨୦୧୯ ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇପାରି ନ ଥିଲା। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି।

ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେତାମାନଙ୍କ ନାଁ ଘୋଷଣା କରାଯାଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’  ଏବଂ ‘ପଙ୍ଗା’ରେ ଅଭିନୟ ଲାଗି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ‘ମଣିକର୍ଣ୍ଣିକା’ରେ କଙ୍ଗନା ରାଣୀ ଲକ୍ଷ୍ମୀବାଈ ଭୂମିକା ନିଭାଇ ଚର୍ଚ୍ଚିତ ହୋଇଥିଲେ। ସେହିପରି ହିନ୍ଦୀ ଫିଲ୍ମ ‘ଭୋଂସଲେ’ରେ ଅଭିନୟ ପାଇଁ ମନୋଜ ବାଜପେୟୀ ଏବଂ ତାମିଲ୍ ଫିଲ୍ମ ‘ଅସୁରନ୍’ରେ ଅଭିନୟ ତାମିଲ ସୁପରଷ୍ଟାର ଧନୁଷଙ୍କୁ ଯୁଗ୍ମଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଗି ଚୟନ କରାଯାଇଛି।

Manoj Bajpayee, Dhanush, Kangana bag National film awards Telangana Today

ଏହା ସହ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଗି ମନୋନୀତ ହୋଇଛି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’। ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ‘ଦ ତାସକେଣ୍ଟ ଫାଇଲ’ରେ ଅଭିନୟ କରିଥିବା ପଲ୍ଲବୀ ଯୋଶୀଙ୍କୁ ଚୟନ କରାଯାଇଥିବା ବେଳେ ଶ୍ରେଷ୍ଠ ସହ-ଅଭିନେତା ଭାବେ ତାମିଲ ଫିଲ୍ମ ‘ସୁପର ଡିଲକ୍ସ’ରେ ଅଭିନୟ କରିଥିବା ବିଜୟ ସେତୁପତିଙ୍କୁ ମନୋନୀତ କରାଯାଇଛି। ମାଲାୟାଲମ୍ ଫିଲ୍ମ ‘ଜଲ୍ଲିକଟ୍ଟୁ’କୁ ଶ୍ରେଷ୍ଠ ସିନେମାଟୋଗ୍ରାଫି ପୁରସ୍କାର ଲାଗି ଚୟନ କରାଯାଇଥିବା ବେଳେ ହିନ୍ଦୀ ଫିଲ୍ମ ‘ମହତର ହୁରୈନ’କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe