କେରଳରେ ନିପା ପାଇଁ ସଂଗରୋଧରେ ୬୮ ଜଣ

କେରଳରେ ନିପା ଭାଇରସ ମାମଲା ବଢ଼ୁଛି: କୋଝିକୋଡ଼ରେ ବନ୍ଦ ହେଲା ଶୁକ୍ରବାର ପ୍ରାର୍ଥନା

India.com

କୋଝିକୋଡ଼ : ନିପା ଭୂତାଣୁରେ ମୃତ ୧୨ ବର୍ଷର ବାଳକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୬୮ ଜଣଙ୍କୁ କେରଳର କୋଝିକୋଡ଼ ଜିଲ୍ଲା ସରକାରୀ ମେଡିକାଲ କଲେଜରେ ସଂଗରୋଧରେ ରଖାଯାଇଛି। ସମସ୍ତଙ୍କ ସ୍ଵାସ୍ଥାବସ୍ଥା ସ୍ଥିର ରହିଛି ବୋଲି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ସଂସ୍ପର୍ଶ ଠାବ ସମୟରେ ଚିହ୍ନଟ ସମସ୍ତ ବ୍ୟକ୍ତିଙ୍କ ନମୁନା ପରୀକ୍ଷାରୁ ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କର ନେଗେଟିଭ ରିପୋର୍ଟ ଆସିଛି। ସ୍ବାସ୍ଥ୍ୟମନ୍ତ୍ରୀ କୋଝିକୋଡ଼ରେ ୪ ଦିନ ହେଲା ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ନିପା ନିୟନ୍ତ୍ରଣ ପାଇଁ କେନ୍ଦ୍ରରୁ ଏକ ଟିମ୍‌ କେରଳ ଯାଇ ରାଜ୍ୟ ସରକାରଙ୍କୁ ବୈଷୟିକ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe