୬୯% ଆଫଗାନବାସୀଙ୍କର ବିଶ୍ବାସ ଭାରତ ଆଫଗାନିସ୍ତାନର ପରମ ବନ୍ଧୁ: ସର୍ଭେ ରିପୋର୍ଟ

Advertisment
୬୯% ଆଫଗାନବାସୀଙ୍କର ବିଶ୍ବାସ ଭାରତ ଆଫଗାନିସ୍ତାନର ପରମ ବନ୍ଧୁ: ସର୍ଭେ ରିପୋର୍ଟ

Image Courtesy of NDTV

କାବୁଲ୍‌: ଭାରତ ଆଫଗାନିସ୍ତାନର ପରମ ମିତ୍ର ଦେଶ ବୋଲି ୬୯% ଆଫଗାନ୍‌ ନାଗରିକ ମନେକରନ୍ତି ବୋଲି ନିକଟ ଅତୀତରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି।

ଆଫଗାନିସ୍ତାନ ବାସିନ୍ଦାମାନଙ୍କ ମନୋଭାବ ଜାଣିବା ଲାଗି ଉକ୍ତ ସର୍ଭେଦ୍ବାରା ସେମାନଙ୍କର ଅତୀତ, ସାମ୍ପ୍ରତିକ ପରିସ୍ଥିତି ଏବଂ ଭବିଷ୍ୟତ ଆକାଂକ୍ଷା ସଂକ୍ରାନ୍ତ ତଥ୍ୟାବଳୀ ସଂଗ୍ରହ କରାଯାଇଥିବା କଥା ବ୍ରୁସେଲ୍‌ସ୍ଥିତ ନିଉଜ୍‌ ୱେବ୍‌ସାଇଟ୍‌ ‘ଇୟୁ ରିପୋର୍ଟର୍‌’ ରିପୋର୍ଟ କରିଛି।

ସଂଗୃହୀତ ତଥାବଳୀରୁ ଜଣାପଡ଼ିଛି ଯେ, ୬୭% ଆଫଗାନିସ୍ତାନ ବାସୀଙ୍କର ଧାରଣା ଯେ, ଅସମୟରେ ଅବ୍ୟବସ୍ଥିତ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନ ଚାଲିଯିବା ଫଳରେ କାବୁଲ୍‌କୁ ଅକ୍ତିଆର୍‌ କରିବା ଲାଗି ପାକିସ୍ତାନ ଓ ଚୀନ୍‌ ତାଲିବାନ୍‌କୁ ଉତ୍ସାହିତ କଲେ।

publive-image Image Courtesy of Zee News

କିନ୍ତୁ, ସେମାନଙ୍କର ଧାରଣା ଯେ, ଭାରତ ସହିତ ଆଫଗାନିସ୍ତାନର ସମ୍ପର୍କ ଏବେ ମଧ୍ୟ ଅତୁଟ ରହିଛି। ଦୁଇ ଦେଶ ମଧ୍ୟରେ ଅତି ପ୍ରାଚୀନ ଐତିହାସିକ ଏବଂ ସାଂସ୍କୃତିକ ସମ୍ବନ୍ଧ ରହିଛି। ପାକିସ୍ତାନର ସମସ୍ତ ଚେଷ୍ଟା ସତ୍ତ୍ବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତମ ସମ୍ପର୍କ ଅକ୍ଷୁଣ୍ଣ ରହିଛି।

୩ ବିଲିୟନ୍‌ ଡଲାର୍‌ର ସହାୟତା ଦେଇ ଭାରତ ବିଶ୍ବରେ ଆଫଗାନିସ୍ତାନକୁ ସହାୟତା ଦେଇଥିବା ଦେଶମାନଙ୍କ ମଧ୍ୟରେ ୫ମ ବୃହତ୍‌ ଦେଶର ମାନ୍ୟତା ପାଇଛି। ଭିତ୍ତିଭୂମି ନିର୍ମାଣ, ଡାକ୍ତରୀ ସହାୟତା ଏବଂ ଖାଦ୍ୟ ଭଳି ଅନେକ କ୍ଷେତ୍ରରେ ଭାରତ ଆଫଗାନିସ୍ତାନକୁ ସହାୟତା ଦେଇଛି। କାବୁଲ୍‌ରେ ନିର୍ମିତ ସୁନ୍ଦର ପାର୍ଲାମେଣ୍ଟ୍‌ ଅଟ୍ଟାଳିକାଟି ମଧ୍ୟ ଭାରତ ଉପହାର ଦେଇଛି। ଚିକିତ୍ସା ନିମନ୍ତେ ଆଫଗାନବାସୀମାନେ ଭାରତକୁ ଆସୁଛନ୍ତି। ବହୁସଂଖ୍ୟକ ଆଫଗାନ ଛାତ୍ରଛାତ୍ରୀ ଭାରତୀୟ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ନାମ ଲେଖାଉଛନ୍ତି। ଭାରତୀୟ ମିଲିଟାରି ଏକାଡେମୀ ନିୟମିତ ଭାବେ ଆଫଗାନ୍‌ କ୍ୟାଡେଟ୍‌ଙ୍କୁ ଗ୍ରହଣ କରୁଛି।

ଚଳିତ ବର୍ଷ ମାର୍ଚ, ଏପ୍ରିଲ୍‌ ଏବଂ ମେ ମାସରେ ଉପରୋକ୍ତ ସର୍ଭେ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe